ନରସିଂହପୁର ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା, ୬ ଅଟକ, ବନ ବିଭାଗର ମାରାଥନ୍‌ ଜେରା

ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

ନରସିଂହପୁର: ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ପକ୍ଷରୁ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ୬ଜଣଙ୍କୁ ଅଟକ ରଖି ମାରାଥନ ଜେରା କରାଯାଉଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଦଳ ଗତକାଲି ସନ୍ଦେହରେ ନରସିଂହପୁର ଅଞ୍ଚଳରୁ ୪ଜଣଙ୍କୁ ଧରି ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖିଥିଲା। ଆଜି ଆଉ ୨ ଜଣଙ୍କୁ ଅଟକ ରଖି ଜେରା କରାଯାଉଥିବା ଜଣାପଡ଼ିଛି। ଉକ୍ତ ଘଟଣାରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ନେଇ ଜେରା ସମୟରେ ବନ ବିଭାଗ ଜାଣିବାକୁ ପାଇଛି।

ତେବେ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା ଥିବାରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଉ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ନରସିଂହପୁର ବନାଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ନେଇ ବନ ବିଭାଗ ଅଡ଼ୁଆରେ ପଡ଼ିଛି। ଏବେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ବିଭାଗୀୟ ସ୍ଥାଣୁତାକୁ ସାଧାରଣରେ ଦାୟୀ କରାଯାଉଛି। ତେବେ ଏହି ଘଟଣାରୁ କେବେ ପର୍ଦ୍ଦା ହଟିବ ଏବଂ ପ୍ରକୃତ ଦୋଷୀ କେବେ ଧରା ପଡ଼ିବେ ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe