ଶ୍ରୀରାମ ନବମୀ ମହୋତ୍ସବ: ମାତୃଭୂମି ପାଇଁ ଗଣଦୌଡ଼

Advertisment
ଶ୍ରୀରାମ ନବମୀ ମହୋତ୍ସବ: ମାତୃଭୂମି ପାଇଁ ଗଣଦୌଡ଼

Sambad

ଭଦ୍ରକ: ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ତରଫରୁ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼ଟି ସକାଳ ୭ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ସାଳନ୍ଦୀ ବାଇପାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା। ଗଣଦୌଡ଼କୁ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର ଗୈରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦଳମତ ନିର୍ବିଶେଷରେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ଶହଶହ ଯୁବକ, ଛାତ୍ର ସାମୁହିକ ଭାବରେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ରାଷ୍ଟ୍ରିୟ ଚେତନା, ରାଷ୍ଟ୍ରର ଅଖଣ୍ଡତା ମାତୃଭୂମିର ସେବା ଓ ରାଷ୍ଟ୍ରବାଦ୍ର ଉଦ୍ଦେଶ୍ୟ ନେଇ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, କ୍ରୀଡା ସଂଗଠନ, ବିଭିନ୍ନ କ୍ଲବର ସଦସ୍ୟ, ଅଧ୍ୟାତ୍ମିକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ଭାରତମାତା କି ଜୟ, ବନ୍ଦେ ମାତରମ୍, ଜୟ ଶ୍ରୀରାମ ଧ୍ଵନୀରେ ସମଗ୍ର ସହରରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା।

publive-image Sambad

ଅନୁଷ୍ଠିତ ହୋଇଥିବା ଗଣଦୌଡ଼ରେ ତୁଷାରକାନ୍ତ ଦାସ, ସ୍ବାଧୀନ ସୁନ୍ଦର ଦାସ, ଶିବଶଙ୍କର ଦାସ, ସୀତାଂଶୁ ଶେଖର ମହାପାତ୍ର, ଦେବାଂଶୁ ରାଉତ, ଟୁକୁନା ସ୍ବାଇଁ, ହେମନ୍ତ ମହାପାତ୍ର, ପ୍ରିୟବ୍ରତ ଭୋଇ, ମିଲନ ବଳ, ଅପୂର୍ବ ବେହେରା, ସୁଧୀର ଦ୍ଵିବେଦୀ, ମୁକେଶ ବାରିକ, ସରୋଜ ରାଉତ, ତଥାଗତ ସାମଲ, ସତ୍ୟପ୍ରକାଶ ବିଶ୍ଵାଳ, ବିକାଶ ପାଢୀ, ଜ୍ୟୋତିପ୍ରକାଶ ସାହୁ, ସୋନୁ ଲାହା, ସନ୍ତୋଷ ସାହୁ, ସତ୍ୟେନ୍ଦୁରାୟ ମହାପାତ୍ର, ସଞ୍ଜୀତ କୁମାର ନାୟକ, ସୁମନ ମହାପାତ୍ର, ଅନିଲ ବେହେରା, ସୁଜିତ ପତି, ସଞ୍ଜୟ ବିଶ୍ଵାସ, ମାନସ ବାରିକ ପ୍ରମୁଖ ନେତୃତ୍ଵ ନେଇଥିବା ବେଳେ ବରିଷ୍ଠ ନେତୃମଣ୍ଡଳୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ବିଧାୟକ ନରେନ ପଲେଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ସମିତିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଅଭିମନ୍ୟୁ ସେଠୀ, ଡାକ୍ତର ପ୍ରଦୀପ ନାୟକ, ନଳିନୀକାନ୍ତ ମହାନ୍ତି, ଇଂ. ପ୍ରୟାସକାନ୍ତି ସାମଲ, ହେମନ୍ତ ପାଢୀ, ଭଗବାନ ପଣ୍ଡା, ଜଗନ୍ନାଥ ଦାଶ, ବିଦ୍ୟାଧର ସାହୁ, ସୁବ୍ରତ ନାୟକ, ଦୀନବନ୍ଧୁ ପତି, ବିଜୟ ଭୂଷଣ ନାୟକ, ନିତ୍ୟାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଡି ଗଣଦୌଡ ଠାରୁ଼ ପବିତ୍ର ନାମନବମୀ ମହୋତ୍ସବର ଶୁଭାରମ୍ଭ କରାଯାଇଥାଏ। ପରବତ୍ତୀ ସମୟରେ ସମିତି ପକ୍ଷରୁ ଗୋ ପୂଜନ, ସାଧୁସନ୍ଥ ପୂଜନ, ବାଲ୍ ବଜରଙ୍ଗୀଙ୍କ ଦ୍ଵାରା ସାଇକେଲ ଶୋଭାଯାତ୍ରା, ବିଭିନ୍ନ ତୀର୍ଥକ୍ଷେତ୍ରରୁ ଆଜ୍ଞାମାଳ, କଳସ ଶୋଭାଯାତ୍ରା, ନଗର ସଂକୀତ୍ତର୍ନ ଭଳି ବିଭିନ୍ନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ନଗର ସଂକୀତ୍ତର୍ନରେ ଲକ୍ଷାଧିକ ଭକ୍ତଙ୍କର ସମାବେଶ ହେବାର ଆଶା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe