ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ: ୧୧ କେଜି ଗଞ୍ଜେଇ ସହ ବାଇକ୍ ଜବତ, ଜଣେ କୋର୍ଟ ଚାଲାଣ

ଜାତୀୟ ରାଜ ପଥ ୨୬ ବଲାଙ୍ଗିର - ଟିଟି ଲାଗଡ ରାସ୍ତା ଦେଇ ପାଟଣାଗଡ଼ ପଟକୁ ଦିନ ଦ୍ଵି ପହରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ଦେଓଗାଁ ପୁଲିସ। ୧୧ କେଜି ଗଞ୍ଜେଇ ସହ ଏକ ଲାଲ ରଙ୍ଗର ବାଇକ ଜବତ ହୋଇଛି...

Bike seized with 11 kg ganja, one prosecuted

Bike seized with 11 kg ganja, one prosecuted Photograph: (sambad.in)

ଦେଓଗାଁ: ଜାତୀୟ ରାଜ ପଥ ୨୬ ବଲାଙ୍ଗିର - ଟିଟି ଲାଗଡ ରାସ୍ତା ଦେଇ ପାଟଣାଗଡ଼ ପଟକୁ ଦିନ ଦ୍ଵି ପହରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ଦେଓଗାଁ ପୁଲିସ। ଗଞ୍ଜେଇ ଚାଲାଣକାରୀକୁ କାବୁ କରି ଥାନାକୁ ଆଣିବା ପରେ ତା ଠାରୁ ୧୧ କେଜି ଗଞ୍ଜେଇ ସହ ଏକ ଲାଲ ରଙ୍ଗର ବାଇକକୁ ଜବତ କରିଥିଲା ପୁଲିସ।

କୋର୍ଟ ଚାଲାଣ ହେଇଥିବା ଯୁବକ ଜଣକ ଲରମ୍ଭା ଥାନା   ରେଙ୍ଗାଲି  ଗାଁର ସୁପଲ୍ ବିଭାର । ସେ   ଏକ ଲାଲ ରଙ୍ଗର ପେଶନ ପ୍ରୋ ବାଇକ ରେ ଦେଓଗାଁ ପଟରୁ ଭୂତିଆର ବାହାଳ ରାସ୍ତାରେ ଯାଉଥିବାବେଳେ ଏହି ରାସ୍ତାର ଭୂତିଆର ବହାଲ୍ ଛକରେ ଦେଓଗାଁ ପୁଲିସ ବାଇକ୍‌କୁ ଅଟକାଇ ଯାଞ୍ଚ କରିବା ପରେ ବାଇକ୍‌ରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ।

ପୁଲିସ ଦେଓଗାଁ ଅତିରିକ୍ତ ତହସିଲଦାର ସୋମୋକେଶ ନାୟକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବା ପରେ ତାହା  ୧୧ କେଜି ୪୮୦ ଗ୍ରାମ୍ ଥିବା ଜଣାପଡିଥିଲା।

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ଧୂଆଁଧାର ବ୍ୟାଟିଂ: ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ଏନେଇ ପୁଲିସ କେସ ନମ୍ୱର ୨୫ରେ ଏକ ମାମଲା ରୁଜୁ କରି ଅଟକ ଯୁବକଙ୍କୁ  କୋର୍ଟ ଚାଲାଣ କରିଛି ବୋଲି ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।  ଏହି ଚଢ଼ାଉରେ ଦେଓଗାଁ ଥାନାର ପୁଲିସ କର୍ମଚାରୀ ମାନେ ସାମିଲ ଥିଲେ।

ଅଧିକ ପଢ଼ନ୍ତୁ: ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ସୈଫଙ୍କ ଏହା ଥିଲା ପ୍ରଥମ ଇଚ୍ଛା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe