ଲକ୍‌ଡାଉନ୍‌ରେ ବାହାଘର: ଉଭୟ ପକ୍ଷରୁ ଯୋଗଦେଲେ୧୦ ଜଣ 

ଲକ୍‌ଡାଉନ୍‌ରେ ବାହାଘର: ଉଭୟ ପକ୍ଷରୁ ଯୋଗଦେଲେ୧୦ ଜଣ 

ଝାରସୁଗୁଡ଼ା: କେବଳ ଦଶ ଜଣ ସଂପର୍କୀୟଙ୍କ ଉପସ୍ଥିତିରେ ମଧ୍ୟ ହୋଇପାରେ ବାହାଘର। ବାହାଘର ଗୁଡ଼ିକରେ ହଜାର ହଜାର ଲୋକ, ଆତସବାଜି, ମାଇକ, ଡିଜେ, ଭୋଜି, ଗାଡ଼ି ମଟର ଅନେକ କିଛି ଅବାଶ୍ୟକ ହୋଇଥାଏ। ଓଡ଼ିଶାରେ କିଛି ବର୍ଷ ହେଲା କୋଟିପତି ଲୋକଙ୍କ ବିବାହ ଦେଖି ଲୋକଙ୍କ ଆଖି ଖୋସି ହୋଇଯାଇଛି। ମାତ୍ର ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ଲୋକେ  ନିରାଡମ୍ବର ବିବାହ ଉତ୍ସବ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ଅଯଥା ଖର୍ଚ୍ଚ ମଧ୍ୟ କମି ଯାଇଥିବା ଅନେକ ମତବ୍ୟକ୍ତ କରିଛନ୍ତି।

ଲକ୍‌ଡାଉନ୍‌ ଯୋଗୁଁ ବିବାହ, ବ୍ରତ, ସାମୁହିକ ପୂଜାର୍ଚ୍ଚନା, ଜନଗହଳି ଆଦିରେ ରୋକ ଲାଗିଛି । ଫଳରେ ବିବାହ ବ୍ରତ ଗୁଡ଼ିକ ବନ୍ଦ ହୋଇଯାଇଛି। ଏଥିପାଇଁ  ଝାରସୁଗୁଡା ଜିଲ୍ଲାରେ ଅନେକ ବାହାଘର ସ୍ଥଗିତ ହୋଇଛି । ଏଭଳି ପରିସ୍ଥିତିରେ ରବିବାର ଅପରାହ୍ଣରେ ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଂଚଳ ଅଧିନସ୍ତ ଛୁଆଲିବେର୍ଣ୍ଣା ଗ୍ରାମରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଏକ ବାହାଘର ଅନୁଷ୍ଠିତ ହୋଇଛି । ଯେଉଁ ବାହାଘରେ ନିୟମ ଅନୁଯାୟୀ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଥିଲା। ଏହି ବାହାଘର  ରେମାଜା ଗ୍ରାମର ବର (ଗିରଧାରୀ ସେଠ) ଛୁଆଲିବେର୍ଣ୍ଣା ଗ୍ରାମର କନ୍ୟା (ରୀତା ବାରିକ), ବରଯାତ୍ରୀ, କନ୍ୟାଘର ଓ ବ୍ରାହ୍ମଣ ସମସ୍ତେ ସାମାଜିକ ଦୂରତା ଅବଳମ୍ବନ କରିବା ସହ ମାସ୍କ ପରିଧାନ କରିଥିଲେ ।

ବାହାଘରେ ସମ୍ପର୍କୀୟ, ଗ୍ରାମବାସୀ, ବରଯାତ୍ରୀ କେହି ଏକତ୍ରିତ ହୋଇନଥିଲେ।  ଏହି ବାହାଘରରେ ବର ପକ୍ଷରୁ ବରକୁ ମିଶାଇ କେବଳ ୪ ଜଣ ଓ କନ୍ୟା ଘର ପକ୍ଷରୁ କନ୍ୟାକୁ ମିଶାଇ ୬ ଜଣ ଯୋଗଦେଇଥିଲେ । ସରାକରଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ଏହି ବାହାଘର ସଂପୂର୍ଣ୍ଣ ହୋଇଥିଲା । ପୂର୍ବରୁ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା । ଫଳରେ ଧାର୍ଯ୍ୟ ଲଗ୍ନରେ ବିବାହ ସମ୍ପନ୍ନ କରିବା ପାଇଁ ସମ୍ପର୍କୀୟଙ୍କୁ ଲକ୍‌ ଡାଉନରେ ନିମନ୍ତ୍ରଣ କରି ପାରି ନଥିଲେ ମଧ୍ୟ ପୁଅ ଝିଅଙ୍କ ବିବାହ କରିଥିବା ଉଭୟ କନ୍ୟା ଓ ବର ପକ୍ଷ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe