ଥାନାରେ ଦିଅର-ଭାଉଜଙ୍କ ହାତଗଣ୍ଠି ପଡ଼ିଲା

ଥାନାରେ ଦିଅର-ଭାଉଜଙ୍କ ହାତଗଣ୍ଠି ପଡ଼ିଲା

Image Courtesy of The Economic Times

ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ଗୁରୁବାର ରାତିରେ ଏକ ପ୍ରେମୀ ଯୁଗଳ ବାହା ହୋଇଛନ୍ତି। ଉଭୟେ ସଂପର୍କରେ ଦିଅର ଭାଉଜ ବୋଲି ଜଣାପଡ଼ିଛି। ପୁଲିସର ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ସାମସିଙ୍ଗା ଗାଁର ଝିଲି ପ୍ରଧାନ (୨୨ବର୍ଷ) ତିନି ବର୍ଷ ତଳେ ସୁବଳୟା ଥାନା ସାନକିରାସିରା ଗାଁର ମାଧବ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଇତିମଧ୍ୟରେ ଖଣ୍ଡହତା ପଞ୍ଚାୟତ ବରଘାଟ ଗାଁର ପରେମେଶ୍ବର ପ୍ରଧାନ (୨୩ବର୍ଷ) ତାଙ୍କ ମାଉସୀ ପୁଅ ଭାଇ ମାଧବଙ୍କ ଘରକୁ ଯିବାଆସିବା କରୁଥିଲେ।

ଏହି ସମୟରେ ଭାଉଜ ଝିଲିଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସପ୍ତାହେ ତଳେ ଦିଅର- ଭାଉଜ ଘରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ସୁବଳୟା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗୁରୁବାର ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଉଭୟେ ବାହା ହେବାକୁ ରାଜି ହୋଇଥିଲେ। ଫଳରେ ଥାନା ପରିସରରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବାହା ହୋଇଥିଲେ। ଏହି ସମୟରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ, ଦୀପ୍ତି ରଞ୍ଜନ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe