ନିଆଁରେ ପୋଡି ହୋଇ ବିବାହିତା ମହିଳା ଗୁରୁତର

Advertisment
ବର୍ବରତା: ଗଣଦୁଷ୍କର୍ମରେ ବିଫଳ ହୋଇ କଲେଜ ଛାତ୍ରୀଙ୍କୁ ଜାଳିଦେଲେ

Times of India

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗେଟା ପଂଚାୟତର ଏମଭି-୭୦ ଗ୍ରାମରେ ଜଣେ ବିବାହିତା ମହିଳା ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ଏମ୍‌ଭି-୭୦ ଗାଁର ରବୀନ ସରକାରଙ୍କ ସ୍ତ୍ରୀ ପ୍ରଭାତୀ ସରକାର ଆଜି ନିଆଁରେ ପୋଡିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଭାତିଙ୍କ ଶରୀରର ୬୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି। ମୁଁହ ଠାରୁ ଗୋଡ଼ ପର୍ଯ୍ୟନ୍ତ ସବୁ ପୋଡି ହୋଇ ଚମଡା ବାହାରି ପଡିଛି। ତେବେ ତାଙ୍କର ଅବସ୍ଥା ସଙ୍କଟାପନ ଥିବାରୁ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି।

ରୋଷେଇ କରୁଥିବା ବେଳେ କୌଣସି କାରଣରୁ ପ୍ରଭାତୀଙ୍କ ଦେହରେ ନିଆଁ ଲାଗିଯାଇଥିଲା ବୋଲି ସଂଦେହ କରାଯାଉଥିବା ବେଳେ କିଛି ଲୋକ କହୁଥିବା ବେଳେ ଅନ୍ୟମାନଙ୍କ ଅନୁସାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଯୋଗୁଁ ଏଭଳି ଅଘଟଣ ଘଟିଛି। ଅନ୍ୟପକ୍ଷରେ ଶାଶୁ ଘର ଲୋକେ ନିଆଁ ଲାଗିବାର କାରଣ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହୁଥିବାରୁ ଘଟଣାଟି ସନ୍ଦେହ ସୃଷ୍ଟି କରିଛି। କାରଣ ସ୍ୱାମୀ ଓ ଶଶୁର ଘରେ ଥିବା ବେଳେ ଘଟଣାଟି ଘଟିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏ ସମ୍ପର୍କରେ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ।  କିନ୍ତୁ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe