ପ୍ରେମିକ ସହ କଳହ ହେବାରୁ ଆତ୍ମହତ୍ୟା କଲେ ମହିଳା!

ଆସାମରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ମହିଳାଙ୍କ ଆତ୍ମହତ୍ୟା

Bindu Vistaar News

ମାଲକାନଗିରି: ମାଲକାନଗିର ସଦର ମହକୁମାସ୍ଥିତ କେନାଲ କଲୋନିରେ ଜଣେ ମହିଳା ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ନିଜ ପ୍ରେମିକ ସହ କଳହ ହେବାରୁ ସେ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି। ବାଲିମେଳା ଥାନା ଅନ୍ତର୍ଗତ ଏମଭି-୧୦୪ ଗ୍ରାମର ଦୁଲାଲ ସରକାରଙ୍କର ଝିଅ ଲକି ସରକାର ଏମଭି-୩୫ ଗ୍ରାମର ତରୁଣ ହାଲଦାରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ତେବେ ଗତ ଦୁଇ ବର୍ଷ ହେଲା ସ୍ବାମୀଙ୍କୁ ଛାଡି ଲକି ଅଲଗା ରହୁଥିଲେ। ଇତି ମଧ୍ୟରେ ଲକି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ କରିବସିଥିଲେ। ସେହି ବ୍ୟକ୍ତି ଜଣକ ହେଲେ ଏମଭି-୧୦୯ ଗ୍ରାମର ପ୍ରସନଜିତ ବୈରାଗୀ। ଗତକାଲି ପ୍ରେମିକ ସହ କୌଣସି କଥାକୁ ନେଇ କଳହ ହୋଇଥିଲା। ପରେ ମହିଳା ଜଣକ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହେଉଛି। ପରିବାର ଲୋକେ ଏହା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇଥିଲେ। ଆତ୍ମହତ୍ୟାକର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଚାଲିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ଲକିଙ୍କ ଭଉଣୀ କୁଶଲ ସରକାର ମାଲକାନଗିରି ଥାନାରେ ଏତଲାରେ ଦର୍ଶାଇଛନ୍ତି ଯେ ପ୍ରସନଜିତ ତାଂକ ଭଉଣୀକୁ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନା ସହ୍ୟ କରିନପାରି ଭଉଣୀ ଲକି ଆତ୍ମହତ୍ୟା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe