ରାସ୍ତାକଡ଼ରେ ବ୍ୟବହୃତ ପିପିଇ କିଟ, ମାସ୍କ ଓ ଗ୍ଲୋଭସ 

ରାସ୍ତାକଡ଼ରେ ବ୍ୟବହୃତ ପିପିଇ କିଟ, ମାସ୍କ ଓ ଗ୍ଲୋଭସ 

କୋରାପୁଟ: ଏବେ ସବୁଆଡେ କୋରୋନା ଭୟ। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ, ପିପିଇ କିଟ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଛି। ସାଧାରଣ ଲୋକଙ୍କଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ଓ ପିପିଇ କିଟ ବ୍ୟବହାର କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି। କିନ୍ତୁ ଆଜି କୋରାପୁଟ ସହର ଉପକଣ୍ଠରେ ରାସ୍ତାକଡର ନାଳରେ ବସ୍ତା ଭର୍ତି ବ୍ୟବହୃତ ମାସ୍କ, ଗ୍ଲୋଭସ ଓ ପିପିଇ କିଟ ପଡି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସକାଳୁ ପ୍ରାତଃଭ୍ରମଣରେ ଯାଇଥିବା ଲୋକେ ବାଟ ମଙ୍ଗଳା ମନ୍ଦିର ଠାରୁ ରଙ୍ଗବାଲିକୁମ୍ଭା ଆଡକୁ ଯାଇଥିବା ରାସ୍ତାରେ କିରୋସିନ ଡିପୋ ନିକଟବର୍ତୀ ଏକ ପୋଲ ତଳେ ଏହାକୁ ଦେଖି ଆତଙ୍କିତ ହୋଇ ପଡିଥିଲେ। ଏପରିକି ଏହା ଦ୍ବାରା ଅଂଚଳରେ କରୋନା ବ୍ୟାପିବା ନେଇ ଲୋକେ ଆଶଙ୍କା କରିଥିଲେ। କରୋନାର ଭୟ ଲାଗିରହିଥିବା ବେଳେ ଏପରି ସମ୍ବେଦନଶୀଳ ବ୍ୟବହୃତ ଜିନିଷ ଖୋଲା ଆକାଶରେ ପଡିରହିଥିବା ଦେଖି ପ୍ରାତଃଭ୍ରମଣକାରୀ ମାନେ ଫେରିଯାଇଥିଲେ। ଖବର ପାଇ କୋରାପୁଟ ପୌରାଞ୍ଚଳର ସଫେଇ କର୍ମଚାରୀ ଏହି ସବୁ ସାମଗ୍ରୀକୁ ଜାଳି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe