ଦୁର୍ଘଟଣାରେ ଗୁରୁତର ରାଜମିସ୍ତ୍ରୀଙ୍କ ମୃତ୍ୟୁ

Advertisment
ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର, ଥାନାରେ ଦୁଇ ଅଟକ

India.com

ବାଲିଅନ୍ତା: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ଥାନୀୟ ରଣପୁର ଗ୍ରାମର ସୁଶାନ୍ତ ରାଉତଙ୍କର ଆଜି ସଂଧ୍ୟା ୭ଟା ସମୟରେ ମୃତ୍ୟୁ ହୋଇଯାଇଛି । ଗତ ୨ ତାରିଖ ସଂଧ୍ୟା ୫ଟା ସମୟରେ ସୁଶାନ୍ତ ଭୁବନେଶ୍ବର–ବାଲିପାଟଣା ମୁଖ୍ୟ ରାସ୍ତାରେ ବାଇକ ନେଇ ଘରକୁ ଫେରୁଥିବା ବେଳେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର ପଞ୍ଚାୟତରୋଡ଼ ଛକ ନିକଟରେ ହଠାତ ( ନଂ ଓଡି ୦୨ ଏନ ୪୫୫୪ ) ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସୁଶାନ୍ତ ବାଇକରୁ ପଡ଼ି ଗୁରୁତର ହୋଇପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଚେତାଶୂନ୍ୟ ହୋଇପଡ଼ିଥିଲେ ।

ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ୫ ଦିନ ଚିକିତ୍ସିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରୁ ବାଳକାଟି ଫାଣ୍ଡି ପୁଲିସ ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଥିଲା । ଏକମାତ୍ର ପୁଅ ସୁଶାନ୍ତ ରାଜମିସ୍ତ୍ରା କାମ କରି ୪ ପ୍ରାଣୀଙ୍କ ମୁହଁରେ ଦାନା ଦେଉଥିଲେ । ତାଙ୍କ ମୃତ୍ୟୁରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe