ମାଓପ୍ରବଣ ମାଥିଲିରେ ଶାନ୍ତିଶୃଙ୍ଖଳାରେ ସରିଲା ନିର୍ବାଚନ

Advertisment
ମାଓପ୍ରବଣ ମାଥିଲିରେ ଶାନ୍ତିଶୃଙ୍ଖଳାରେ ସରିଲା ନିର୍ବାଚନ

photo-representational

ମାଥିଲି: ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ମାଥିଲି ବ୍ଲକରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସରିଛି । ନା ବୁଥ ରିଗିଙ୍ଗ ହୋଇଛି ନା କେଉଁଠି ପୋଡାଜଳା ହୋଇଛି ବରଂ ବିନା କୌଣସି ହିଂସାକାଣ୍ଡରେ ପ୍ରଥମ ଥର ପାଇଁ ମାଓଗଡ ଭାବେ ପରିଚିତ ଓଡ଼ିଶା-ଛତିଶଗଡ ସୀମାବର୍ତ୍ତୀ ମାଥିଲି ଅଂଚଳରେ ନିର୍ବାଚନ ସରିଛି।

ପୁଲିଙ୍ଗ ପାର୍ଟି ଅବାଧରେ ନିର୍ବାଚନ ସାରି ନିଜ ଡିସ୍ପର୍ସାଲ କେନ୍ଦ୍ରକୁ ଫେରିବା ଆରମ୍ଭ କରିଛନ୍ତି। ପୁର୍ବରୁ ଏହି ମାଥିଲି ଅଂଚଳରେ ନିର୍ବାଚନ ସମୟରେ ଗାଡି ପୋଡିବା, ଭୋଟ ବାକ୍ସ ଲୁଟି ନେବା ପରି ଅନେକ ଘଟଣା ଘଟିବାର ନଜିର ରହିଛି। ତେବେ ଦିନ ଗୋଟାଏ ସୁଦ୍ଧା ୬୨ ପ୍ରତିଶତରୁ ଅଧିକ ମତଦାନ ହୋଇଥିବାର ରେକର୍ଡ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe