ମାଥିଲି ପଞ୍ଚାୟତ ସମିତିର ପ୍ରଥମ ବୈଠକ, ଗୋଟିଏ ମଞ୍ଚରେ ବାପା ଓ ପୁଅ

Advertisment
ମାଥିଲି ପଞ୍ଚାୟତ ସମିତିର ପ୍ରଥମ ବୈଠକ, ଗୋଟିଏ ମଞ୍ଚରେ ବାପା ଓ ପୁଅ

Sambad

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକେର ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଉପସ୍ଥିତ ଥିଲେ। ଏହା ମାଥିଲି ବ୍ଲକର ପ୍ରଥମ ବୈଠକ ହୋଇଥିବା ବେଳେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବ୍ଲକରର ୨୩ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଓ ସଭ୍ୟା ଉପସ୍ତିତ ରହି ନିଜ ନିଜ ଅଂଚଳର ବିକାଶ ନେଇ ନିଜ ମତ ରଖିଥିଲେ। ଜିଲ୍ଲାର ସବୁଠାରୁ ବଡ ବ୍ଲକ ହେବା ସହ ଉନ୍ନତି ପଥରେ ମାଥିଲି ସର୍ବାଗ୍ରେ ରହୁଥିବା କୁହାଯାଇଛି। ଏହି ବ୍ଲକର ଜଣେ ଟାଣୁ ନେତା ବିଧାୟକ ହୋଇଥିବା ବେଳେ ତାଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁସରଣ କରି ଚଳିତ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ଲାଭ କରି ବ୍ଲକ ଅଧ୍ୟକ୍ଷ ରୂପେ ଦାୟିତ୍ବ ନେଇଛନ୍ତି।

ଆଜି ଗୋଟିଏ ମଞ୍ଚରେ ବାପା ଓ ପୁଅ ବସିଥିବା ଦେଖିବାକୁ ମିଳିଥିଲା। ମାଥିଲି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ବାପା ପୂର୍ଣ୍ଣଚନ୍ଦ୍ର ବାକା ଏବଂ ପୁଅ ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକାଙ୍କ ଅବଦାନକୁ ଭୃୟସୀ ପ୍ରଶଂସା କରାଯାଇଥିଲା। ଆଗାମୀ ଦିନରେ ମାଥିଲି ବ୍ଲକରେ ବିଭିନ୍ନ ପ୍ରୋଜେକ୍ଟକୁ ଅନୁମୋଦନ କରିବା ସହ ପାଣି, ସ୍ବାସ୍ଥ୍ୟ, ଗମନାଗମନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଦେବକୀ ଦଳେଇ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଦେବକୀ ଦଳେଇ ଏବଂ ସସ୍ମିତା ମାଝୀ, ବିଡିଓ ଆଶିଷ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe