୨୯ରେ ସମ୍ବଲପୁରରେ ମାଟ୍ରିକ୍ ଚାମ୍ପ

Advertisment
୨୯ରେ ସମ୍ବଲପୁରରେ ମାଟ୍ରିକ୍ ଚାମ୍ପ

Sambad

ସମ୍ବଲପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ‌ମେଧାବୀ ଛାତ୍ର ସମ୍ମାନ ସମାରୋହ ‘ମାଟ୍ରିକ୍ ଚାମ୍ପ’ ଆସନ୍ତା ୨୯ ତାରିଖ ସୋମବାର ଦିନ ସକାଳ ୯ଟାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷିୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଇ-ଲର୍ଣ୍ଣିଂ ସେଣ୍ଟର ଅନୁଷ୍ଠିତ ହେବ।

ମାଟ୍ରିକ ପରୀକ୍ଷାରେ ଉତ୍କର୍ଷ ଲାଭ କରିଥିବା ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଅର୍ଥାତ ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବଲାଂଗୀର, କଳାହାଣ୍ଡି, ନୂଆପଡ଼ା ଏବଂ ବୌଦ୍ଧ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନଙ୍କ ସହିତ ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଉତ୍କର୍ଷ ଲାଭ କରିଥିବା ଛାତ୍ରଛାତ୍ରୀ ତଥା ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ କାର୍ଯ୍ୟାଳୟ ସହିତ‌ ଯୋଗାଯୋଗ କରାଯାଉଛି। ଅପରପକ୍ଷରେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ପାଇଁ ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe