ମାଟ୍ରିକ ପରୀକ୍ଷା ସ୍ଥଗିତ; ତ୍ରିଶଙ୍କୁ ଅବସ୍ଥାରେ ଲଟକିଲେ ୬୦ହଜାର ପିଲା

Advertisment
ମାଟ୍ରିକ ପରୀକ୍ଷା ସ୍ଥଗିତ; ତ୍ରିଶଙ୍କୁ ଅବସ୍ଥାରେ ଲଟକିଲେ ୬୦ହଜାର ପିଲା

Image Courtesy of Zee News

ଜୟପୁର: କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ହେଉଥିବାରୁ ଏବଂ ଗୁରୁବାର ପ୍ରଧାନମନ୍ତ୍ରୀ ସିବିଏସଇ ବୋର୍ଡର ଦଶମ ପରୀକ୍ଷା ବାତିଲ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଆଜି ସମସ୍ତଙ୍କର ନଜର ରାଜ୍ୟ ସରକାରଙ୍କ ଉପରେ ରହିଥିଲା। ରାଜ୍ୟ ସରକାର ସମସ୍ତ ବୋର୍ଡ ଫରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ସହ ଜୁନ ୧ତାରିଖ ପରେ ପରିସ୍ଥିତିକୁ ଦେଖିକି ନିଷ୍ପତ୍ତି ନିଆଯିବ ବୋଲି ପରୀକ୍ଷାର୍ଥୀ ମାନଙ୍କୁ ତ୍ରିଶଙ୍କୁ ଅବସ୍ଥାରେ ଲଟକାଇ ଦେଇଛନ୍ତି।

ଆସନ୍ତା ମେ’ ମାସ ୩ରୁ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୬୦ହଜାର ୧୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ। ଏବେ ଏମାନେ ସବୁ ତ୍ରିଶଙ୍କୁ ଅବସ୍ଥାରେ ଲଟକିଛନ୍ତି। କୋଭିଡ୍ ସମୟରେ ପରୀକ୍ଷାକୁ ସୁରୁଖୁରରେ କରିବା ପାଇଁ ବୋର୍ଡ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗତ ବର୍ଷ ଅପେକ୍ଷା ଅଧିକା ୬୦ଟି କେନ୍ଦ୍ର କରିବା ସହ ୨୬୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ସେଭଳି ପ୍ରଶ୍ନପତ୍ର ଓ ଉତ୍ତର ଖାତା ରଖିବା ପାଇଁ ୩୮ଟି ନୋଡାଲ କେନ୍ଦ୍ର କରାଯାଇଥିଲା। ନକ୍ସଲ ପ୍ରଭାବିତ ମାଲାକାନଗିରି ଜିଲ୍ଲାରେ ୯ଟି ଥାନା ଓ କୋରାପୁଟ ଜିଲ୍ଲାର ୫ଟି ଥାନାରେ ଏହା ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି କହିଛନ୍ତି ଜୟପୁର ଠାରେ ଥିବା ବୋର୍ଡ କାର୍ଯ୍ୟାଳୟର ଆଂଚଳିକ ଉପସଚିବ ସୁନାକର କର୍ଜି। ଏକରକମର ପରୀକ୍ଷା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଚିଂ ସାରିଥିଲା। ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ୧୭ହଜାର ୧୫୧ଜଣ ରେଗୁଲାର, ୨ହଜାର ୯୫୭ଜଣ ଏକ୍ସରେଗୁଲାର, ୨୧୦ ଜଣ ପତ୍ରବିନିମୟ ମାଧ୍ୟମରେ ଏଭଳି ୨୦ ହଜାର ୨୩୬ ଜଣ ପରୀକ୍ଷା ଦେଇଥାନ୍ତେ।

ମାଲାକାନଗିରି ଜିଲ୍ଲାରେ ୭ ହଜାର ୮୨୪ ଜଣ ରେଗୁଲାର, ୯୦୪ ଜଣ ଏକ୍ସରେଗୁଲାର, ୪୩ ଜଣ ପତ୍ରବିନିମୟରେ ଏଭଳି ୮ ହଜାର ୭୭୧ ଜଣ ପରୀକ୍ଷା ଦେଇଥାନ୍ତେ। ସେଭଳି ନବରଙ୍ଗପୁର ଜିଲ୍ଲାରେ ରେଗୁଲାରରେ ୧୬ ହଜାର ୨୪୪ ଜଣ, ଏକ୍ସରେଗୁଲାରରେ ୮୦୧ ଜଣ ଏବଂ ପତ୍ରବିନିମୟରେ ୧୪ ଜଣ ଏଭଳି ୧୭ ହଜାର ୫୯ ଜଣ ପରୀକ୍ଷା ଦେଇଥାନ୍ତେ। ସେଭଳି ରାୟଗଡା ଜିଲ୍ଲାରେ ୧୨ ହଜାର ୧୬୮ ଜଣ ରେଗୁଲାର, ୧ ହଜାର ୮୬୨ ଜଣ ଏକ୍ସରେଗୁଲାର, ୫୫ ଜଣ ପତ୍ରିବିନିମୟରେ ଏଭଳି ୧୪ ହଜାର ୧୨୫ ଜଣ ପରୀକ୍ଷା ଦେଇଥାନ୍ତେ। ତେବେ ୬୦ ହଜାରରୁ ଉର୍ଦ୍ଧ୍ବ ପିଲାଙ୍କ ଭବିଷ୍ୟତ ଏବେ ତ୍ରିଶଙ୍କୁ ଅବସ୍ଥାରେ ଲଟକିଛି। ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତଯୋଗ୍ୟ। ଆମେ ଆଉ ମାସକ ପାଠ ପଢ଼ିବାକୁ ସମୟ ପାଇବୁ। ୧୦ ମାସ ହେଲା ଘରେ ଥିଲୁ। ଗତ ୨ ମାସ ହେବ ପ୍ରସ୍ତୁତି ଜୋର କରିଥିଲୁ। ଆଶା କରିବା ଅନୁଯାୟୀ ପରୀକ୍ଷାରେ ମାର୍କ ଆସିବ ନା ନାହିଁ ବୋଲି ସଂଦେହ ରହିଥିଲା ବୋଲି କହିଛନ୍ତି ପରୀକ୍ଷାର୍ଥୀ ସିଦ୍ଧାର୍ଥ ମହାପାତ୍ର, ସୁବାସ ନାୟକ, ସସ୍ମିତା ପ୍ରଧାନ।

ଗତ ୧୦ ମାସ ହେବ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରହିଥିଲୁ। ସାମାଜିକ ଦୂରତା ରକ୍ଷା କରି, ଛାତ୍ରଛାତ୍ରୀ ମାନେ ମାସ୍କ ପରିଧାନ ଆଦି କରି ‌ଏହି ପରୀକ୍ଷା ସରକାର କରି ଦେଇଥ‌ିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଶିବାନୀ ପଟ୍ଟନାୟକ, ଝାନସୀ ମହାନ୍ତି। ପିଲାମାନେ ଗତ ୧୦ ମାସ ହେବ ଏକ ରକମର ଚାପରେ ରହିଥିଲେ। ନିଜର ଭବିଷ୍ୟତ ଗଢ଼ିବା ପାଇଁ ଏହା ମୂଳଦୁଆ ପରୀକ୍ଷା ରହିଥିଲା। ଏହି ପରୀକ୍ଷା ପାଇଁ ଏଭଳି ହେବା ଦ୍ବାରା ଏମାନେ ମାନସିକସ୍ତରରେ ଚାପ ବଢ଼ିବ। କିଛି ପିଲା ଆଉ ପାଠ ଜମାରୁ ନ ପଢ଼ି ବୁଲା ବୁଲି କରିବେ ବୋଲି କହିଛନ୍ତି ଅଭିବାଭକ ସଂଧ୍ୟା ନାୟକ, ସୁନିତା ପ୍ରହରାଜ, ଶିକ୍ଷକ ଅସିତ ମିଶ୍ର, ନିହାର ପ୍ରଧାନ। ତ୍ରିଶଙ୍କୁ ଅବସ୍ଥାରେ ଛାତ୍ରଛାତ୍ରୀ ଲଟକି ରହିବା ଦ୍ବାରା ସେମାନେ ମାନସିକ ଚାପରେ ରହିବେ ଏବଂ କିଛି ପିଲା ପୁର୍ବରୁ ପ୍ରସ୍ତୁତି କରିଥିଲେ। ସେମାନେ ପୁଣି ପ୍ରସ୍ତୁତ ହେବା ଦ୍ବାରା ଏକଗ୍ରତା ରହିବ ନି ବୋଲି କହିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe