ମୟୂରଭଞ୍ଜରେ ହୋଇପାରେ ନାଇଟ୍ କର୍ଫ୍ୟୁ !

Advertisment

କଡ଼ାକଡ଼ି ହେଲା ମାସ୍କ ଓ ସାମାଜିକ ଦୂରତା କଟକଣା, ଅମାନିଆଙ୍କୁ ତଣ୍ଡ

କଡ଼ାକଡ଼ି ହେଲା ମାସ୍କ ଓ ସାମାଜିକ ଦୂରତା କଟକଣା, ଅମାନିଆଙ୍କୁ ତଣ୍ଡ

ବିହାରରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ, ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ ସର୍ବାଧିକ ୫୦ ଜଣ

ବାରିପଦା: ମାର୍ଚ୍ଚ ପରେ ଏପ୍ରିଲରେ ମଧ୍ୟ ଜିଲ୍ଲାରେ ଉପରମୁହାଁ ଧରିଛି କରୋନା ମିଟର। ଫଳରେ ମୟୂରଭଞ୍ଜରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଏନେଇ ନିଷ୍ପତି ଆସିପାରେ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ କରୋନା କଟକଣା ସମ୍ପର୍କରେ ସଚେତନ କରାଯାଇଥିଲା। କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଏନେଇ ରହିଥିବା କଟକଣାକୁ ପାଳନ କରିବାକୁ ପୁଲିସ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟର ୧୦ଟି ଜିଲ୍ଲାରେ ଏଯାବତ ରାତ୍ରିକାଳୀନ କର୍ଫ୍ୟୁ ଲାଗିସାରିଛି।

ମୟୂରଭଞ୍ଜରେ ମଧ୍ୟ ମାର୍ଚ୍ଚ ମାସରୁ କରୋନା ମିଟର ଉପରମୁହାଁ ରହିଛି। ତେଣୁ ଜିଲ୍ଲାରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗିବାର ସମ୍ଭାବନା ରହିଥିବା ସୂଚନା ମିଳିଛି। ଆଜି ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ସହରରେ ଥିବା ବିଭିନ୍ନ ଦୋକାନ ଆଦିରେ ଚଢ଼ଉ କରାଯାଇଥିଲା। ଅଯଥା ଭିଡ଼ ଜମାଉଥିବା ଦୋକାନୀମାନଙ୍କୁ ଏନେଇ ସଚେତନ କରାଯାଇଥିଲା। ନଚେତ ଦୋକାନ ସିଲ୍ କରାଯିବାନେଇ ଚେତାବନୀ ଦିଆଯାଇଥିଲା। ସେହିପରି ଜିଲ୍ଲାର ସମସ୍ତ ବଜାର ଏବଂ ଭିଡ଼ ସ୍ଥାନରେ ମାସ୍କ ଚେକିଂକୁ ଜୋରଦାର କରାଯିବ। ସେହିପରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ହାଟ ବଜାରରେ ସାମାଜିକ ଦୂରତା କଟକଣାକୁ ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯିବାନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜ।

ଏପରିକି ନିୟମ ଉଂଲଘନ କରୁଥିବା ଅମାନିଆଙ୍କ ଉପରେ ଜରିମାନା ଲଗାଇବା ନେଇ ମଧ୍ୟ ବିଚାର ହେଉଥିବା ଜଣାପଡ଼ିଛି। ଆଜି ଜିଲ୍ଲାରୁ ପୁଣି ସଂକ୍ରମଣ ଦୁଇ ଅଙ୍କ ଅତିକ୍ରମ କରିଛି। ଆଜି ୧୬ ଜଣ କରୋନା ଆକ୍ରାନ୍ତ ରହିଛନ୍ତି।  ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୪୭୪ରେ ପହଞ୍ଚିଛି । ସେହିପରି ଏପ୍ରିଲ ୩ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୩୦୨ ସୁସ୍ଥ ହୋଇଛନ୍ତି। ସକ୍ରିୟ ସଂଖ୍ୟା ବୃଦ୍ଧି ପାଇ ୮୦ରେ ପହଞ୍ଚିଲାଣି। ତେବେ ମୃତ୍ୟୁ ସଂଖ୍ୟା ୯୨ରେ ସ୍ଥିର ରହିଛି। ଯାହାକି ଆଶ୍ବସ୍ତିର କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe