ଗୋପାଳପୁର ମେ ଫେୟାର ହୋଟେଲ ସିଲ ଘଟଣାକୁ ସ୍ୱାଗତ କରିବା ସହ କ୍ଷମା ମାଗିଲେ ଦିଲ୍ଲୀପ ରାୟ

Advertisment
ଗୋପାଳପୁର ମେ ଫେୟାର ହୋଟେଲ ସିଲ ଘଟଣାକୁ ସ୍ୱାଗତ କରିବା ସହ କ୍ଷମା ମାଗିଲେ ଦିଲ୍ଲୀପ ରାୟ

ବ୍ରହ୍ମପୁର: ଗୋପାଳପୁର ମେ ଫେୟାର ହୋଟେଲ ସିଲ ହେବା ଘଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପ୍ରତିକ୍ରିୟା ରଖିଛନ୍ତି । ମେ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବରେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେବେ ମେ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ଏଠାରେ ସୂଚନା ଥାଉ କି, ଗଞ୍ଜାମରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭୁଲି ଯାଇ ଧୁମ୍‌ଧାମ୍‌ରେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ପୁଅ ବାହାଘର ଗୋପାଳପୁରସ୍ଥିତ ମେ ଫେୟାର ହୋଟେଲରେ ଆୟୋଜନ ହୋଇଥିଲା । ଧୁମ୍‌ଧାମ୍‌ ବିବାହ ଉତ୍ସବର ଭିଡିଓ ଭାଇରାଲ ହେବା ପରେ ବିବାହ ଉତ୍ସବରେ କୋଭିଡ ନିୟମ ପାଳନ କରାଯାଇ ନଥିବାରୁ ଏହି ହୋଟେଲକୁ ଜିଲ୍ଲା ପ୍ରଶାସନ ସିଲ କରିଦେଇଛି । ବିବାହ ଉତ୍ସବରେ ଯୋଗଦେଇଥିବା ବରଯାତ୍ରୀ ମୁହଁରେ ମାସ୍କ ନପିନ୍ଧି ଓ ସାମାଜିକ ଦୂରତା ନରଖି ପ୍ରସେସନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିବାବେଳେ ସବୁ କଟକଣା ଓ ନିୟମକୁ ଫୁ କରି ଦେଇଥିଲେ ବ୍ରହ୍ମପୁର ସହରର ଏକ ପ୍ରତିଷ୍ଠିତ ହୋଟେଲ ମାଲିକ। ନିଜ ପୁଅ ବାହାଘର ପାଇଁ କୋଭିଡ୍‌ ନିୟମ ଅନୁସାରେ ପ୍ରଶାସନଠାରୁ ଅନୁମତି ଆଣିଥିଲେ। କିନ୍ତୁ ବାସ୍ତବରେ କଲେ ଓଲଟା। ସବୁ ନିୟମକୁ ଜଳାଞ୍ଜଳି ଦେଇଦେଲେ। ରୋଷଣି, ଡିଜେ, ନାଚଗୀତ ଭିତରେ ବିଶାଳ ପଟୁଆରରେ ଶହ ଶହ ବରଯାତ୍ରୀ ବିଚରାସ୍ତାରେ ତାରକା ହୋଟେଲକୁ ଗଲେ। ଆଉ ପ୍ରାୟ ୧ ହଜାର ଅତିଥିଙ୍କ ଗହଣରେ ବାହାଘର ଉତ୍ସବ ଧୁମ୍‌ଧାମ୍‌ରେ ହେଲା। ଏହାର ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe