ମୟୂରଭଞ୍ଜ: ଜିଲ୍ଲାର ୨୦ଟି ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷିତ

Advertisment

ସମ୍ପୂର୍ଣ୍ଣ ଜିଲ୍ଲାକୁ ବାଲ୍ୟବିବାହମୁକ୍ତ କରିବାକୁ ଆହ୍ବାନ ଦେଲେ ଜିଲ୍ଲାପାଳ

ସମ୍ପୂର୍ଣ୍ଣ ଜିଲ୍ଲାକୁ ବାଲ୍ୟବିବାହମୁକ୍ତ କରିବାକୁ ଆହ୍ବାନ ଦେଲେ ଜିଲ୍ଲାପାଳ

ମୟୂରଭଞ୍ଜ: ଜିଲ୍ଲାର ୨୦ଟି ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷିତ

ବାରିପଦା: ବାଲ୍ୟବିବାହ ରୋକିବା ଦିଗରେ ଜିଲ୍ଲାରେ ଆସିଛି ଏକ ଖୁସି ଖବର। ମୟୂରଭଞ୍ଜର ବିଭିନ୍ନ ବ୍ଲକ୍ର ୨୦ଟି ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ବିଶ୍ୱ ଶିଶୁ ଦିବସ ଅବସରରେ ଏକ ୱେବିନାର୍ ମାଧ୍ୟମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଗ୍ରାମବାସୀଙ୍କ ଦାବୀକୁ ଅନୁମୋଦନ କରି ୨୦ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଏଥିରେ ବାଙ୍ଗିରିପୋଷି ବ୍ଳକ୍ର ୯, ବଡ଼ସାହି ଓ ତିରିଂ ବ୍ଳକ୍ର ୨ଟି ଏବଂ ବେତନଟୀ, ଯଶିପୁର, କପ୍ତିପଦା, ଶାମାଖୁଂଟା, ବିଶୋଇ, ମୋରଡା ଓ ଖୁଂଟା ବ୍ଳକ୍ର ଗୋଟିଏ ଲେଖାଏଁ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷିତ ହୋଇଛି । ଏହି ପ୍ରକ୍ରିୟାକୁ ଏକ ମିସନ୍ ମୋଡ୍ରେ ଆଗେଇନେଇ ସମଗ୍ର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଭାବେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନର ସବୁ ବିଭାଗ ତଥା ଜନ ସାଧାରଣଙ୍କ ମିଳିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି ।

ଜିଲ୍ଲା ମଡେଲ ଗ୍ରାମ ସୃଷ୍ଟି କରି ବାଲ୍ୟ ବିବାହକୁ ବାରଣ କରିଥିବା କିଶୋର କିଶୋରୀମାନଙ୍କୁ ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ କରିବାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସହଯୋଗ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭବେଶ କୁମାର ନାୟକ ଏହି ଅବସରରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ବାଲ୍ୟବିବାହମୁକ୍ତ ଘୋଷିତ ହୋଇଥିବା ଗ୍ରାମର ଜନପ୍ରତିନିଧିମାନେ ଏନେଇ ପ୍ରଶାସନକୁ ସାଧୁବାଦ ଦେଇଛନ୍ତି। ଆଗାମୀ ଦିନରେ ସେହି ଗ୍ରାମରେ ଆଉ କୌଣସି ବାଲ୍ୟ ବିବାହ କରାଇନଦେବା ପାଇଁ ପ୍ରକାଶ କରିବା ସହିତ ଏନେଇ ବ୍ୟାପକ ସଚେତନତାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବାନେଇ ସୂଚନା ଦେଇଛନ୍ତି।

publive-image

ଜିଲ୍ଲାସ୍ତରରେ ବାଲ୍ୟବିବାହକୁ ରୋକିବା ପାଇଁ ସାମୂହିକ ଶପଥ ପାଠ, ସଚେତନତା ସଭା, କିଶୋରୀମାନଙ୍କୁ ତାଲିମ ଆଦି ପଦକ୍ଷେପ ନିଆଯାଉଛି। ଉପରୋକ୍ତ ଘୋଷିତ ୨୦ଟି ଗ୍ରାମରେ ବିଗତ ୨ ବର୍ଷ ମଧ୍ୟରେ ଗୋଟିଏ ବି ବାଲ୍ୟ ବିବାହ ହୋଇନାହିଁ। ଯଦିବା ସେପରି ପରିସ୍ଥିତି ଦେଖାଦେଇଛି, ଗ୍ରାମବାସୀମାନେ ତାକୁ ସଫଳତାର ସହିତ ବନ୍ଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୂସୟା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ମଂଗଳ ଅଧିକାରୀ ଚିତରଞ୍ଜନ ମହାପାତ୍ର, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା କୃଷ୍ଣକଳ୍ପନା ମହାନ୍ତି, ଚାଇଲ୍ଡଲାଇନ୍ର ପ୍ରତିନିଧି, ଜିଲ୍ଲା ଟାସ୍କ ଫୋର୍ସର ସଂପୃକ୍ତ ଥିବା ସାମାଜିକ ସଂଗଠନର ପ୍ରତିନିଧି ଏବଂ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ପ୍ରମୁଖ ଯୋଗଦାନ କରିଥିଲେ । ଆକ୍ସନ୍ଏଡ୍ ଜିଲ୍ଲା ସଂଯୋଜକ ପିତବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe