ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସୁରକ୍ଷାର ସମୀକ୍ଷା କଲେ ମୟୂରଭଞ୍ଜ ଜିଲ୍ଲାପାଳ

Advertisment

ଗତ ମାସେ ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ସମସ୍ତଙ୍କର କରୋନା ପରୀକ୍ଷା ହେବ

ଗତ ମାସେ ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ସମସ୍ତଙ୍କର କରୋନା ପରୀକ୍ଷା ହେବ

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସୁରକ୍ଷାର ସମୀକ୍ଷା କଲେ ମୟୂରଭଞ୍ଜ ଜିଲ୍ଲାପାଳ

ବାରିପଦା: ଗ୍ରୀନ୍‌ ଜୋନ ମୟୂରଭଞ୍ଜକୁ ପଶ୍ଚିମବଙ୍ଗ ଅଡ଼ୁଆ। ତେବେ ଏହାକୁ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଗତ ଏକମାସ ମଧ୍ୟରେ ପଶ୍ଚିମବଙ୍ଗରୁ ମୟୂରଭଞ୍ଜକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଏନେଇ ପ୍ରତି ଉପଖଣ୍ଡରେ ୫ଟି ନମୁନା ସଂଗ୍ରହକାରୀ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି। ଆଜିସୁଦ୍ଧା ପ୍ରାୟ ୧୦୦ ପାଖାପାଖି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି।‌

ଆସନ୍ତା ୪-୫ ଦିନ ମଧ୍ୟରେ ଜିଲ୍ଲାକୁ ଫେରିଥିବା ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ କରୋନା ପରୀକ୍ଷା ଶତପ୍ରତିଶତ ସୁନିଶ୍ଚିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଆଜି ପ୍ରବଳ ବର୍ଷା ସତ୍ତ୍ବେ ଜିଲ୍ଲାପାଳ ପଶ୍ଚିମବଙ୍ଗ-ଓଡ଼ିଶା ସୀମା ସୁରକ୍ଷାର ସମୀକ୍ଷା କରିଛନ୍ତି। ରାସଗୋବିନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ଭଦୁଆଶୋଳ,କେସିପୁର ବୁଲି ଦେଖି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ।

ସେହିପରି ବାଲେଶ୍ବରକୁ ଲାଗିଥିବା କପ୍ତିପଦା ଅଞ୍ଚଳ ଗସ୍ତକରି ସେଠିକାର ସୀମାକୁ ଯାଞ୍ଚ କରିଥିଲେ। ପଶ୍ଚିମବଙ୍ଗ ପଟୁ ଯେପରି କେହି ମଧ୍ୟ ମୟୂରଭଞ୍ଜକୁ ପଶିନପାରନ୍ତି ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ସନ୍ଦେହଜନକ ପରିସ୍ଥିତି ଉପୁଜିଲେ ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ କହିଥିଲେ। ଏହି ଅବସରରେ ଏସ୍‌ପି ସ୍ମିତ୍‌ ପି ପରମାର, ରାସଗୋବିନ୍ଦପୁର ବିଡିଓ ଅରୁଣ ଖଣ୍ଡା, ତହସିଲଦାର ପ୍ରଭାତ ମହାପାତ୍ର, ଆଇଆଇସି ଲୋପାମୁଦ୍ରା ନାୟକ, ମେଡିକାଲ୍‌ ଅଫିସର ଆଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe