କକାଙ୍କ ମୃତ୍ୟୁର ଶୁଦ୍ଧିକ୍ରିୟା ନସରୁଣୁ ବିଦ୍ୟୁତ୍‌ଘାତରେ ପୁତୁରା ମୃତ

ଅକ୍ସିଜେନ ଅଭାବରୁ ମହିଳା ମୃତ

india.com

ମାଣତ୍ରି : ଗୋଟିଏ ପରିବାରର ଦୁର୍ଘଟଣାରେ କକାଙ୍କ ମୃତ୍ୟୁର ଶୁଦ୍ଧିକ୍ରିୟା ସରିନି ପୁତୁରା ର ବିଦ୍ୟୁତ ଆଘାତରେ ମୃତ୍ୟୁ ।ଏମିତି ଘଟଣା ଘଟିଛି ଖୁଣ୍ଟା ଥାନା ଅଧିନ ପସୁଦା ଗ୍ରାମରେ । ଆଜି ଦିନ ଦଶଟା ସମୟରେ ଦୟାନିଧି ମିଶ୍ରଙ୍କ ପୁତ୍ର ଜ୍ୟୋତିପ୍ରକାଶ ମିଶ୍ର (୩୦) ଲାପଟପରେ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ବଡ଼ସାହି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସଂଗେ ସଂଗେ ଆମ୍ବୁଲାନ୍ସ ଦ୍ୱାରା ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାରିପଦା ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ରାଜ୍ୟ ବାହାରେ ଏକ କମ୍ପାନୀ ରେ ଇଂଜିନିୟର ଥିଲେ । କିଛି ଦିନ ହେଲା ସେ ଘରକୁ ଆସିଥିଲେ । ପ୍ରକାଶ ଥାଉକି ତାଙ୍କ କକା କୃପାସିନ୍ଧୁ ମିଶ୍ର ଆଜିକୁ ନଅ ଦିନ ତଳେ ଏକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe