ବୈଶିଙ୍ଗା (ଦୀପକ କୁମାର ସିଂହ): ବିଗତ କିଛି ବର୍ଷ ହେବ ବର୍ଷ ତମାମ ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ୨୭ଟି ବଣୁଆ ହାତୀ ବଡାମପୁର ସେକ୍ସନ ଓ ବୈଶିଙ୍ଗା ସେକ୍ସନ ଅଧିନସ୍ଥ ଜଙ୍ଗଲରେ ଉତ୍ପାତ ଜାରି ରଖିଛନ୍ତିl କେତେବେଳେ ଚାଷୀଙ୍କର ଖରାଟିଆ ସବୁଜ ଧାନକ୍ଷେତକୁ ମାଡି ଚକଟି ନଷ୍ଟ କରୁଛନ୍ତି ତ କେତେବେଳେ ଜନବସତିରେ ପଶି ଧନଜୀବନ ନଷ୍ଟ କରୁଛନ୍ତି l

Advertisment

ତେବେ ଚାଷୀ ଧାନ ଅମଳ କରି ଘରକୁ ନେଇ ଯାଇଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି। ଏହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ଵେଷଣରେ ବେତନଟୀ ରେଞ୍ଜ ତ‌ଥା ବ୍ଲକ ଅଧୀନ ସଇତପୁର ପଞ୍ଚାୟତର
ଜାମଶୂଳୀ ଗ୍ରାମରେ ହାତୀପଲ ପଶି ବିଦ୍ୟାଧର ବିନ୍ଧାଣୀ ଘରରାଙ୍ଗି କ୍ଷୟକ୍ଷତି ଘଟାଇଥିବା ବେଳେ ଏହି ଗ୍ରାମର ଦୁଃଖିନୀ ମାର୍ଣ୍ଡିଙ୍କ ଘରର ଗୋଟିଏ ପଟେ କାନ୍ଥ ଭାଙ୍ଗି ଘର ଭିତରେ ପ୍ରବେଶ କରିବାପରେ କ୍ଷୟକ୍ଷତି ଘଟାଇବା ପରେ ପୁଣି ଅପରପର୍ଶ୍ବରେ କାନ୍ଥ ଭାଙ୍ଗି ବାହାରି ଯାଇଛନ୍ତି।

କାମଶୂଳୀ, କୁରାଜିକ, ଚାଉଁ ଚପଦା, ମେର୍ଦା ଜଙ୍ଗଲ ଇଲାକାରେ ୨୪ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ସନ୍ଧ୍ୟା ନହେଉଣୁ ଜଙ୍ଗଲରୁ ବାହାରି ବେତନଟୀ ବ୍ଲକ ତଥା ରେଞ୍ଜ ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗ୍ରାମରେ ବଣୁଆହାତୀ ପଶି ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହେବା ଘଟଣାରେ ରବିବାର ଅପରାହ୍ନ ସାଢେ ତିନିଟାରେ ଜାମଶୂଳି ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭକଲେ ବନବିଭାଗ l

୨୪ଟିକିଆ ବଣୁଆ ହାତୀପଲ ଡେଉଁଚପଦା, କୁରାଢ଼ିକ ଇଲାକାରେ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜାମଶୂଳି ଗାଁରେ ପ୍ରବେଶକରି ଗ୍ରାମର ବିଦ୍ୟାଧର ବିନ୍ଧାଣିଙ୍କ ଘର ଭାଙ୍ଗି ଦେଇଥିଲେ l ଘରେ ଗଛିତ ଥିବା ଧାନଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହିତ ଘରର ଆସବାବପତ୍ର ମଧ୍ୟ ନଷ୍ଟ କରି ଦେଇଥିଲେ l ଗ୍ରାମବାସୀ ହୋ ହାଲ୍ଲା କରିବାପରେ ବଣୁଆହାତି ଜଙ୍ଗଲକୁ ପଳାଇ ଯାଇଥିଲେl 

ଆହୁରି ପଢ଼ନ୍ତୁ: Elephant: ରାଜପଥ-ରେଳଧାରଣାରେ ହାତୀପଲ; ଲୋକଙ୍କ ପାଇଁ ସତର୍କ ଘଣ୍ଟି

ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁଃଖିନୀ ମାର୍ଣ୍ଡିଙ୍କ ଘର ଭାଙ୍ଗି ସମ୍ପୂର୍ଣ୍ଣ ଧ୍ଯସ୍ତବିଧ୍ଯସ୍ତ କରି ଦେଇଥିଲେl ହାତୀପଲ ଦୁଇଟି ପରିବାରର ବ୍ୟାପକ କ୍ଷୟକ୍ଷତି ଘଟଇଥିବାବେଳେ କୌଣସି ମତେ ପରିବାର ଲୋକ ଜୀବନ ବଞ୍ଚାଇ ଘରୁ ବାହାରି ପଳାଇ ଥିଲେl ହେଲେ ଘର ଭିତରେ ଚାଷୀର ବର୍ଷକର ପରିଶ୍ରମ ସ୍ୱରୂପ ଗଛିତ ଥିବା ଧାନ ଚାଉଳ ସମେତ ସମସ୍ତ ଆସବାପତ୍ର ଦଳି ଚକଟି ନଷ୍ଟ କରିଦେଇଛନ୍ତି ହାତୀପଲl ଖବରପାଇ ରବିବାର ଅପରାହ୍ନରେ ବନବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହିତ କ୍ଷୟକ୍ଷତିର ଆକଳନ କରିଥିଲେl ତେବେ ସଇତପୁର ପଞ୍ଚାୟତ ଇଲାକାରେ ବଣୁଆ ହାତୀପଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଥିବାରୁ ଏହା ଅଞ୍ଚଳବାସୀଙ୍କ ସହିତ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି l