ଅଶ୍ଳୀଳ କମେଣ୍ଟମରାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୩ ଗିରଫ

arrest

ବୈଶିଙ୍ଗା: ସୋମବାର ସନ୍ଧ୍ୟାରେ ନିଜ ମା' ଓ ସ୍ତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିବାକୁ କେନ୍ଦ୍ରକରି ଥାନାକୁ ଏତଲା ଦେବାକୁ ଯାଉଥିବା ବେଳେ ବୈଶିଙ୍ଗା ଥାନା ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଦୁଇଭାଇଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣିବା ଘଟଣାରେ ବଡ଼ଭାଇ କାର୍ତ୍ତିକ ପାଢ଼ୀ ଗୁରୁତର ଆହତ ହୋଇ ବାଲେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ତେବେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ମୟୁରଭଞ୍ଜ ଏସପିଙ୍କ ନିର୍ଦ୍ଦେଶ ପରେ ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ୍ୟ କରି ଖୋଦ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ଓ ଥାନା ଅଧିକାରୀ ବାରିଣୀ ଦାସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଳମ୍ବିତ ରାତିରେ ଘଟଣାରେ ସଂପୃକ୍ତ ସ୍ଥାନୀୟ ଅଞ୍ଚଳର ୩ ଯୁବକଙ୍କୁ ଘରୁ ଟେକି ଆଣିଥିଲେ ।

ସେମାନେ ହେଲେ ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଗ୍ରାମର ଅଜୟ ବେହେରାଙ୍କ ପୁଅ ରାଜେନ୍ଦ୍ର ବେହେରା ଔରଫ ବୁନୁ । କେଶୁରା ଗ୍ରାମର ଭାଗବତ ସିଂହଙ୍କ ପୁଅ ଗଣେଶ୍ୱର ସିଂହ ଔରଫ ବାବୁ ଓ ବଙ୍ଗାଳିଡାହି ଗ୍ରାମର ଲମ୍ବୋଦର ପ୍ରଧାନଙ୍କ ପୁଅ ଗୌତମ ପ୍ରଧାନ ଔରଫ ଅମର । ତେବେ ଏବେବି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ ୪-୫ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଏମାନଙ୍କୁ ଖୁବଶୀଘ୍ର ପୁଲିସ ଗିରଫ କରିବା ନେଇ ଏସଡିପିଓ ଶ୍ରୀମତୀ ବିଶ୍ୱାଳ କହିଛନ୍ତି ।  ୩ ଅଭିଯୁକ୍ତ ବୁନୁ, ବାବୁ ଓ ଅମରଙ୍କ ଡାକ୍ତରୀ ମାଇନା ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe