ପିଠାବଟା ରେଞ୍ଜରେ କରୁଥିଲେ ଶିକାର, ଧରାପଡ଼ିଲେ ତିନି ଶିକାରୀ

Advertisment
ପିଠାବଟା ରେଞ୍ଜରେ କରୁଥିଲେ ଶିକାର, ଧରାପଡ଼ିଲେ ତିନି ଶିକାରୀ

ବାରିପଦା: ବନରେ ଶିକାର କରୁଥିଲେ ତିନି ଶିକାରୀ। ମାଡ଼ିବସିଲେ ବନ କର୍ମଚାରୀ। ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ମଣ୍ଡଳ କାରାଗାରକୁ ପଠାଯାଇଛି। ସିସିଟିଭି ଯୋଗୁ ପୁଣି ଏକ ସଫଳତା ମିଳିଛି ବନବିଭାଗକୁ।

ମୟୁରଭଞ୍ଜ ଜିଲ୍ଲା ବାରିପଦା ଡିଏଫଓଙ୍କ ଅଧୀନ ପିଠାବଟା ରେଞ୍ଜରେ ଲାଗିଥିବା ଏକ କ୍ୟାମେରାରେ ଦେଖିବାକୁ ମିଳିଥିଲା ଶିକାରୀଙ୍କ ଗତିବିଧି। ସିସିଟିଭିକୁ ଆଧାର କରି ବନ କର୍ମଚାରୀ ସେମାନଙ୍କୁ ଗିରଫ କରିଥିଲେ।  ଗିରଫ ଅଭିଯୁକ୍ତମାନେ ହେଲେ,ଶ୍ରୀମନ୍ତ ମାଝି ଓରଫ କାଣ୍ଡା (୪୫), କାରୁ ହାନ୍ସଦା ଓରଫ ଜାଟ୍ରି(୫୫ ) ଓ ବୁଧନ ମାଝି ଓରଫ ଠାଟାନ( ୩୦ )। ସମସ୍ତ ତିନି ଅଭିଯୁକ୍ତଙ୍କ ଘର ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ସହିତ ଏମାନେ ସମସ୍ତେ ମୟୂରଭଞ୍ଜର।ଏହି ତିନି ଜଣଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ର ବିଭିନ୍ନ ଧାରା ଅନୁଯାୟୀ ଗିରଫ କରାଯାଇଛି। ଗିରଫ ସମୟରେ ସେମାନଙ୍କ ଠାରୁ ଦୁଇଟି ଖାଲି ବନ୍ଧୁକ, ଗୋଟିଏ ଲୋଡ ହୋଇଥିବା ବନ୍ଧୁକ, ଅଧା ତିଆରି ହୋଇଥିବା ବନ୍ଧୁକ (ବଟ୍), ୭୦ଟି ହରିଆଲି ଚରା ପ଼ଂଖ ଓ ଦୁଇଟି ନଖ , ସମ୍ବର ହରିଣ ଶିଂଗ ୨ଟି , ୮ଟି ତୀର ଓ ୨ଟି ଧନୁ , ବିସ୍ଫୋରକ ଓ ତିଆରି ହୋଇଥିବା ଗୁଳି ସାଜା ପାଇଁ ଲୋହାର ଗୁଞ୍ଜା ବ୍ୟାଗ୍ ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe