ରାଇରଙ୍ଗପୁର ଟୁସୁମେଳାରେ ୩୦ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ

Advertisment

ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସବୁଠାରୁ ଆକର୍ଷଣୀୟ ରାଇରଙ୍ଗପୁର ବ୍ଲକ୍ ପଡିଆଠାରେ ବାମନଘାଟୀ ଯୁବକ ସଂଘ ପକ୍ଷରୁ ୨୦ତମ ବିଶାଳ ଟୁସୁମେଳା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।

ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସବୁଠାରୁ ଆକର୍ଷଣୀୟ ରାଇରଙ୍ଗପୁର ବ୍ଲକ୍ ପଡିଆଠାରେ ବାମନଘାଟୀ ଯୁବକ ସଂଘ ପକ୍ଷରୁ ୨୦ତମ ବିଶାଳ ଟୁସୁମେଳା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।

Tusu Mela

Tusu Mela Photograph: (Sambad )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ସବୁଠାରୁ ଆକର୍ଷଣୀୟ ରାଇରଙ୍ଗପୁର ବ୍ଲକ୍ ପଡିଆଠାରେ ବାମନଘାଟୀ ଯୁବକ ସଂଘ ପକ୍ଷରୁ ୨୦ତମ ବିଶାଳ ଟୁସୁମେଳା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଭିନ୍ନ ଅଂଚଳରୁ ବଡ଼ ଓ ଛୋଟ ଟୁସୁ ମୋଟ ୧୦ରୁ ଅଧିକ ଟୁସୁଦଳ ଅଂଶ ଗ୍ରହଣ କରିଥିଲେ। 

ବଡ଼ ଟୁସୁରେ ପ୍ରଥମ ପୁରସ୍କାର ବଡ଼ ବାଇକଳା ଦଳ, ଦ୍ୱିତୀୟ ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆର ପକାମୁଣ୍ଡା ମା ପାର୍ବତୀ ଟୁସୁ ଦଳକୁ ଓ ତୃତୀୟ ସିଙ୍ଗାରପୁର(ଯଶିପୁର) ଦଳକୁ ଏବଂ ଛୋଟ ଟୁସୁରେ ଆମ ପରି ହାଟ ଟାଣ୍ଡି, ପାଣ୍ଡରଶିଳା, କୁରାଙ୍କଟୋପା ଓ ବାଇକଳା ଟୁସୁ ଦଳକୁ ସ୍ୱାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଟୁସୁ କମିଟିର ସଦସ୍ୟ ମୃତୁଞ୍ଜୟ ଡ଼ାଙ୍ଗୁଆଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମରୋଡ଼ା ବିଧାୟକ ରାଜକିଶୋର ଦାସ, ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ତିରିଂ ଜିଲ୍ଲା ପରିଷଦ ପରେଶ ଚନ୍ଦ୍ର ମୁଣ୍ଡା, ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ, ବିଜେଡିର ମୟୂରଭଞ୍ଜ-୨ର ସଭାନେତ୍ରୀ ତନୁଜା ମହାନ୍ତ, ସୁଷମା ବେହେରା, ଯୁବ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ବିଜେତା ଟୁସୁ ଦଳକୁ ପୁରସ୍କୃତ କରିଥିଲେ।

ମେଳାକୁ କମିଟିର ସଭାପତି ଅଶୋକ ଦାସ, ଉପସଭାପତି ବିଜୟ ମହାନ୍ତ(ଗୁନୁ), ସମ୍ପାଦକ ସୁଧାଂଶୁ ଶେଖର ବେହେରା, ସହସମ୍ପାଦକ ରବିନାରାୟଣ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭାଷ୍ୟକାର ଭାବେ ମନମହୋନ ପରମାଣିକ ମେଳାକୁ ପରିଚାଳନା କରିଥିବା ବେଳେ ଜଜ୍ ଭାବେ ଧର୍ମପଦ ମହାନ୍ତ, ଶରତ ମହାନ୍ତ, ବନମାଳୀ ମହାନ୍ତ, ସ୍ୱରୂପ ମହାନ୍ତ ପ୍ରମୁଖ ବିଜେତା ଟୁସୁକୁ ଚୟନ କରିଥିଲେ। ଉକ୍ତ ମେଳାରେ ୩୦ ହଜାରରୁ ଉର୍ଦ୍ଧ୍ଵ ଟୁସୁ ପ୍ରେମୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe