ଗୋଟିଏ ଶେଣୀଗୃହରେ ପାଠ ପଢୁଛନ୍ତି ୬ ଟି ଶ୍ରେଣୀର ଛାତ୍ରଛାତ୍ରୀ

ବିଜେଡି ସରକାର ସମୟରେ ୫ଟି ଯୋଜନାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତି କରଣ ହେଲା। ଏପରିକି କିଛି ନବ ନିର୍ମିତ ସ୍କୁଲ୍ ଗୃହକୁ ଭାଙ୍ଗି ପୁନଃ ନିର୍ମାଣ କରାଗଲା। ତେବେ ଯେଉଁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଜରୁରୀ ସେହି ବିଦ୍ୟାଳୟଗୁଡ଼ିକ ବହୁ ଅବ୍ୟବସ୍ଥା ଘେରରେ ରହିଛି।

ଅଦ୍ୟତନ ହୋଇଛି
Untitled

ରାଇରଙ୍ଗପୁର: ବିଜେଡି ସରକାର ସମୟରେ ୫ଟି ଯୋଜନାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତି କରଣ ହେଲା। ଏପରିକି କିଛି ନବ ନିର୍ମିତ ସ୍କୁଲ୍ ଗୃହକୁ ଭାଙ୍ଗି ପୁନଃ ନିର୍ମାଣ କରାଗଲା। ତେବେ ଯେଉଁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଜରୁରୀ ସେହି ବିଦ୍ୟାଳୟଗୁଡ଼ିକ ବହୁ ଅବ୍ୟବସ୍ଥା ଘେରରେ ରହିଛି। ସେଥିପ୍ରତି କାହାରି ନଜର ପଡିନାହିଁ । ଯାହାଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।

ସେହିଭଳି ଅବ୍ୟବସ୍ଥାରେ ଛାତ୍ରଛାତ୍ରୀ କେମିତି  ପାଠ ପଢିବେ ଓ କେମିତି ନିଜ ଭବିଷ୍ୟତ ଗଢ଼ିବେ ସେନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ । ନୂତନ ସରକାରରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କେବେ ନିର୍ମାଣ ହେବ ଶ୍ରେଣୀଗୃହ । ଏଭଳି  ଚିତ୍ର ଦେଖିବାକୁ ମିଳିଛି ବାମନଘାଟି ଉପଖଣ୍ଡ କାର୍ଯ୍ୟଳୟରୁ ୩୫ କି.ମି ଦୂର ଉପାନ୍ତ ରାଇରଙ୍ଗପୁର  ବ୍ଳକ୍ ଅନ୍ତର୍ଗତ ଗୁହାଳଡାଙ୍ଗରି ଗ୍ରାମପଞ୍ଚାୟତର ଡଙ୍ଗାପାଣି ପ୍ରାଥମିକ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଗୋଟିଏ ଶ୍ରେଣୀ ଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବସିକି ପାଠ ପଢିବାକୁ ପଡୁଛି। ଯାହା ଫଳରେ ଉଚିତ୍ ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ଗୁଣାତ୍ମକ ଶିକ୍ଷା ପାଇଁ  ବିଦ୍ୟାଳୟରେ ବାଲବାଟିକା ଯୋଗ କରାଯାଇଛି, ଯାହା ଫଳରେ ଉକ୍ତ ଶିଶୁ ମାନଙ୍କୁ ନେଇ ଏକ ଛୋଟ କୋଠାରୀରେ ଶିକ୍ଷାଦାନ ଦିଆଯାଉଥିବା ବେଳେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଭିଭାବକ।  ତେବେ ଦୀର୍ଘ ବର୍ଷ ପୂର୍ବରୁ ଗୋଟିଏ ଶ୍ରେଣୀଗୃହ ନିର୍ମାଣ ହୋଇଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ । କେଉଁଠି ପ୍ଳାଷ୍ଟର ଖସି ପଡିଚି ତ କେଉଁଠି ଲୁହା ଛଡ଼ ଦେଖାଯାଉଛି।

 ବିଦ୍ୟାଳୟରେ ରହିଥିବା ରୋଷେଇ ଗୃହରେ ମଧ୍ୟ ପାଣି ପଡୁଥିବା ଅଭିଯୋଗ ହୋଇଛି । ତେଣୁ ଏ ସମସ୍ତ ଅସୁବିଧାକୁ ଗୁରୁତ୍ବାରୋପ କରି ଯାଥା ଶୀଘ୍ର ନୂତନ ଶ୍ରେଣୀ କୋଠରୀ ସମେତ ରୋଷେଇ ଗୃହ ନିର୍ମାଣ ପାଇଁ ନୂତନ ସରକାର ପାଖରେ ଗଣମାଧ୍ୟମ ମାଧ୍ୟମରେ ଦାବି ଉପସ୍ଥାପନ କରିଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe