୮୦ କିଲୋ ବାରହା ମାଂସ ଜବତ, ତିନି ଗିରଫ

୮୦ କିଲୋ ବାରହା ମାଂସ ଜବତ, ତିନି ଗିରଫ

ବେତନଟୀ/ବୈଶିଙ୍ଗା : ଗତକାଲି ବିଳମ୍ବିତ ରାତ୍ରୀରେ ବୈଶିଙ୍ଗା ଥାନା ଅଧୀନ ବାଘବସା ମରାସାହିରେ ମେରଦା ରିଜର୍ଭରୁ ଜଙ୍ଗଲୀ ବାରହା ମାରି ମାଂସ ବିକ୍ରି ହେଉ ଥିବା ବନ କର୍ମଚାରୀ ସୁରାକ ପାଇଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଚଢ଼ଉ କରିଥିଲେ। ମୋରଡା ଥାନା ଅଧୀନ ମାକୁନ୍ଦ ଅଙ୍ଗାରିଆର ଲକ୍ଷ୍ମଣ ମାରାଣ୍ତି, ରୁହିଆ ମାରାଣ୍ତି ସହିତ ମାଂସ କିଣିବାକୁ ଆସିଥିବା ମାଣତ୍ରୀ ତଳ ଗୌଡଗାଁର ଯତୀନ ସିଂଙ୍କୁ କାବୁ କରି ନେଇଥିଲେ। ଏମାନଙ୍କ ନିକଟରୁ ୮୦ କିଗ୍ରା ବାରହାର ମାଂସ, ମୁଣ୍ତ, ଗୋଡ ଓ ଅନ୍ୟାନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe