Huge Stone: ଦୁଆରଶୁଣି ଘାଟିରୁ ଖସିଲା ବଡପଥର; ଦୁଇ ବାଇକ୍ ଆରୋହୀ ଗୁରୁତର

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟି ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟୁଛି। ବର୍ଷତମାମ ଛୋଟବଡ଼ ଦୁର୍ଘଟଣା ପାଇଁ ଜଣାଶୁଣା ଥିବା ଏହି ଘାଟିରୁ ଏକ ବୃହତ୍‌ ପଥର ଖସିଛି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟି ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟୁଛି। ବର୍ଷତମାମ ଛୋଟବଡ଼ ଦୁର୍ଘଟଣା ପାଇଁ ଜଣାଶୁଣା ଥିବା ଏହି ଘାଟିରୁ ଏକ ବୃହତ୍‌ ପଥର ଖସିଛି।

Untitled-18.jpg

ବାଙ୍ଗିରିପୋଷୀ (ପ୍ରଭାତ ହୋତା): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟି ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବର୍ଷତମାମ ଛୋଟବଡ଼ ଦୁର୍ଘଟଣା ପାଇଁ ଜଣାଶୁଣା ଥିବା ଏହି ଘାଟିରୁ ଏକ ବୃହତ୍‌ ପଥର ଖସିଛି। ଏହା ଦୁଇ ଜଣ ବାଇକ୍‌ ଆରୋହୀଙ୍କ ପାଇଁ କାଳ ହୋଇଛି। ପଥର ଚାପାରେ ବାଇକ୍‌ ଆରୋହୀ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାଯୋଗ୍ୟ, ରାସ୍ତାକାମ ସଂପ୍ରସାରଣ ପାଇଁ ୧୩୫ ଶହ କୋଟି ଟଙ୍କାର କାମ ଚାଲିଛି। ଗୁଜରାଟରର ଏକ କମ୍ପାନି ଏହି କାର୍ଯ୍ୟ କରୁଛି।ପାହାଡ଼ରେ ମେସିନ୍ ସାହାଯ୍ୟରେ କାର୍ଯ୍ୟ ଚାଲିଥିବା ବେଳେ ହଠାତ ଏକ ବଡ଼ପଥର ଗଡ଼ି ଆସିବାରୁ ବାଇକ୍‌ରେ ଯାଉଥିବା ଦୁଇ ଆରୋହୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ପଠାଯାଇଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ପ୍ରାୟ ସମୟରେ ଘାଟି ଜାମ ରହୁଛି ବୋଲି ଅଭିଯୋଗ ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe