ଅଟୋ ଓ ବାଇକ ସାମ୍ନାସାମ୍ନି ଦୁର୍ଘଟଣା; ଜଣେ ମୃତ, ଦୁଇ ଗୁରୁତର

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଥାନାର ଚିଆଁବେଡା ଛକରୁ ଗୟଳମୁଣ୍ଡାକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଜାଗାଇ ସାହି ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ବେଳେ ଏକ ଅଟୋ ଓ ବାଇକ ସାମ୍ନାସାମ୍ନି ଦୁର୍ଘଟଣାର ଶିକାର ହୋଇଛନ୍ତି।

New Project (14)

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଥାନାର ଚିଆଁବେଡା ଛକରୁ ଗୟଳମୁଣ୍ଡାକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଜାଗାଇ ସାହି ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ବେଳେ ଏକ ଅଟୋ ଓ ବାଇକ ସାମ୍ନାସାମ୍ନି ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଆନନ୍ଦପୁର ଥାନା ଧବଣୀ ଗ୍ରାମର ତିନି ଜଣ ଯୁବକ ମହୁଲଡିହାରୁ ନଡ଼ିଆ, କ୍ଷୀର ଇତ୍ୟାଦି ପୂଜା ସାମଗ୍ରୀ ଧରି ଘରକୁ ଫେରିବା ବାଟରେ ଜାଗାଇ ସାହି ନିକଟରେ ଭାରସାମ୍ୟ ହରାଇବାରୁ  ଦୁର୍ଘଟଣା ଘଟିଥିଲା। ଆନନ୍ଦପୁରର ଗଣେଶ ପୂଜା ଅଫର ସଂକ୍ରାନ୍ତୀୟ ପ୍ରଚାର କରୁଥିବା ଏକ ଡାଲା  ଅଟୋ ସହ ମୋଟର ସାଇକେଲଟି ଭାରସାମ୍ୟ ହରାଇ ସାମ୍ନାସାମ୍ନୀ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ମୃତ ବାଇକ ଚାଳକ ଜଣକ ହେଉଛନ୍ତି ଜତିନ୍ଦ୍ର ସାଇଁଆ(୧୮)। ଗୁରୁତର ଦୁଇ ଜଣ ଦିପୁ ଦେଓଗାମ(୧୮) ଓ ଲକ୍ଷ୍ମୀଧର ସାଇଁଆ (୧୭)ବୋଲି ଜଣାପଡିଛିl ତିନି ଜଣ ଯୁବକ ଓଡି ୩୪ ଭି ୮୩୫୨ ନମ୍ବର ପଲସରରେ ଯାଉଥିବା ବେଳେ ପ୍ରଚାର ଅଟୋ ଓଡି ୦୯ ଏଏ ୯୪୯୪ ସହ ସେମାନଙ୍କର ଧକ୍କା ହୋଇଥିଲା।

ଖବର ପାଇ ମହୁଲଡିହା ଥାନା ଆଇଆଇସି ଅରୁଣ କୁମାର ଟୁଡୁ ଓ ଏଏସ୍ଆଇ ସଞ୍ଜୟ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କୁ ଏକ ବୋଲେରୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe