ପରଲୋକରେ ମିଥୁନଙ୍କ ପୂର୍ବତନ ସ୍ତ୍ରୀ

ରବିବାର ସକାଳେ ‌‌ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ପରେ ରାତିରେ ଆଖିବୁଜିଲେ ମିଥୁନଙ୍କ ପୂର୍ବତନ ସ୍ତ୍ରୀ ହେଲେନା ଲ୍ୟୁକ। ଅନେକ ଦିନ ହେବ ଥିଲେ ଅସୁସ୍ଥ ଚାଲିଥିଲା ଚିକିତ୍ସା।

ମବ


ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କ ଗତରବିବାର ନଭେମ୍ବର ୩ ତାରିଖ ବିଳମ୍ବିତ ରାତି ଦେହାନ୍ତ ହୋଇଛି। ହେଲେନା ଆମେରିକାରେ ରହୁଥିବା ବେଳେ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ନଭେମ୍ବର ୩ ତାରିଖରେ ହେଲେନା ଲ୍ୟୁକଙ୍କ ଦେହାନ୍ତ ହୋଇଥିବାର ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଅୟର ସୂଚନା ଦେଇଛନ୍ତି। 

ହେଲେନା ଗତ ରବିବାର ସକାଳ ୯ଟା ବାଜି ୨୦ମିନିଟରେ ନିଜର ଶେଷ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ‘ବହୁତ ଅଲଗା ଲାଗୁଛି। କେତେବେଳେ ଖୁସି ତ କେତେବେଳେ ଦୁଃଖ ଲାଗୁଛି। କ’ଣ ହେଉଛି କିଛି ବୁଝି ହେଉନାହିଁ। ଦ୍ବନ୍ଦ୍ବରେ ପଡ଼ି ଯାଇଛି।’ 

ହେଲେନା ହିନ୍ଦୀ ସିନେମାରେ କାମ କରୁଥିବା ବେଳେ ବଲିଉଡ ଷ୍ଟାର ମିଥୁନଙ୍କ ପ୍ରେମରେ ପଡିଯାଇଥିଲେ। କିଛିଦିନ ଡେଟିଂ କରିବା ପରେ ଦୁହେଁ ୧୯୭୯ରେ ବିବାହ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ଏ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ । ବିବାହର ୪ମାସ ପରେ ହେଲେନା ଓ ମିଥୁନଙ୍କ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ଛାଡପତ୍ର ହୋଇ ଯାଇଥିଲା । ଛାଡ଼ପତ୍ରରର କିଛିଦିନ ପରେ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ହେଲେନା ତାଙ୍କ ସହିତ ଧୋକା ହୋଇଛି ବୋଲି ବି କହିଥିଲେ।

ହେଲେନାଙ୍କ ଅଭିନୟ ଜୀବନ କଥା କହିଲେ ସେ ବଲିଉଡରେ ଛୋଟଛୋଟ ଭୂମିକାରେ ନଜର ଆସିଥିଲେ। ତାଙ୍କ ଅଭିନୟ  ‘ଆଓଁ ପ୍ୟାର କରେଁ’, ‘ଦୋ ଗୁଲାବ’ ଏବଂ ‘ସାଥ ସାଥ’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

ହେଲେନା ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଫିଲ୍ମ 'ମର୍ଦ'ରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ବ୍ରିଟିଶ ରାଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକାରେ ତାଙ୍କ ଅଭିନୟକୁ ଖୁବ ଲୋକପ୍ରିୟତା ମିଳିଥିଲା ସେ ଚର୍ଚ୍ଚାର ପରିସରକୁ ଆସିଥିଲେ।

ଅଧିକପଢ଼ନ୍ତୁ:ମୁଁ ଏ‌ବେ ଧୂମପାନ ଛାଡ଼ି ଦେଇଛି; ସର୍ବସମ୍ମୁଖରେ ଜଣାଇଲେ ଶାହରୁଖ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe