ବାରିପଦାରେ ମମିତା ମେହେରା ହତ୍ୟାକାଣ୍ଡ ତାତି, ରାଜ୍ୟ ଗୃହ ରାଷ୍ଟମନ୍ତ୍ରୀଙ୍କ ଇସ୍ତଫା ଦାବି

Advertisment

ଏସପି ଅଫିସ ଆଗରେ ମହିଳା କଂଗ୍ରେସର ବିକ୍ଷୋଭ , ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ପୋଡ଼ିଲା ବିଜେପି ଯୁବ ଓ ମହିଳା ମୋର୍ଚ୍ଚା

ଏସପି ଅଫିସ ଆଗରେ ମହିଳା କଂଗ୍ରେସର ବିକ୍ଷୋଭ , ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ପୋଡ଼ିଲା ବିଜେପି ଯୁବ ଓ ମହିଳା ମୋର୍ଚ୍ଚା

ବାରିପଦାରେ ମମିତା ମେହେରା ହତ୍ୟାକାଣ୍ଡ ତାତି, ରାଜ୍ୟ ଗୃହ ରାଷ୍ଟମନ୍ତ୍ରୀଙ୍କ ଇସ୍ତଫା ଦାବି

ବାରିପଦା : ବାରିପଦାରେ ଅନୁଭୁତ ହୋଇଛି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ତାତି। ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟାକାଣ୍ଡରେ ସଂପୃ୍କ୍ତ ସମସ୍ତ ଦୋଷୀ ଓ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଓ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବି ଜୋର୍ ଧରିଛି। ଏନେଇ ଆଜି ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଏସପି ଅଫିସ ଆଗରେ ଦିନ ୧୧ରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗୃହ ବିଭାଗ ମନ୍ତ୍ରୀ ହୋଇଥିବାରୁ ତଦନ୍ତକୁ ପ୍ରଭାବିତ କରୁଥିବା ଅଭିଯୋଗ ହେଉଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଏ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିନାହାନ୍ତି ବୋଲି ମହିଳା କଂଗ୍ରେସ ପ୍ରଶ୍ନ କରିଛି। ଯଦି ମନ୍ତ୍ରୀ ଶ୍ରୀ ମିଶ୍ର ଇସ୍ତଫା ନଦିଅନ୍ତି ଅଥବା ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ ନ କରନ୍ତି ତାହାହେଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ମହିଳା ନେତ୍ରୀ ସୁସ୍ମିତା ଘୋସାଲ ପ୍ରକାଶ କରିଛନ୍ତି। ଆଜିର ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ହେମନ୍ତ ଦାସ, ବରିଷ୍ଠ ନେତା ବିଜନ କୁମାର ଦାସ, ରାଜ୍ୟ ସଂପାଦକ ପ୍ରଭାସ କରମହାପାତ୍ର, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ଟାଉନ ସଭାପତି ଶାନ୍ତନୁ ପାଲ, ଅଶୋକ ଅଧିକାରୀ, ଅଜୟ ମହାପାତ୍ର, ସୁଦୀପ ମନ୍ତ୍ରୀଙ୍କ ସମେତ ଶତାଧିକ ମହିଳା କର୍ମୀ ସାମିଲ ହୋଇଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ପୋଡ଼ିଲା ବିଜେପି ଯୁବ ଓ ମହିଳା ମୋର୍ଚ୍ଚା

ମମିତା ମେହେରଙ୍କ ମୃତ୍ୟୁରେ ସଂପୃକ୍ତ ଥିବା ଅଭିଯୋଗରେ ଗୃହ ରାଷ୍ଟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଛି ବିଜେପି ଯୁବ ଓ ମହିଳା ମୋର୍ଚ୍ଚା। ମନ୍ତ୍ରୀପଦରେ ରହି ମଧ୍ୟ ଅନୈତିକ କାର୍ୟ୍ୟରେ ଲିପ୍ତ ଥିବା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛି ଦଳ। ଆଜି ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ମୟୂରଭଞ୍ଜ ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

publive-image

ଏଥିସହିତ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜୋରଦାର କରାଯିବବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ କାର୍ୟ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ସରୋଜିନୀ କିସ୍କୁ, ଯୁବ ମୋର୍ଚ୍ଚା ସଭାପତି ବଳରାମ ସାହୁ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ନାରୀନେତ୍ରୀ କୌଶଲ୍ୟା ନାୟକ, ପାୟଲ ରାୟ, କୁନି ଦାସ, ଅନୀତା ସେଠୀ, ବିଜୟ ଦାସ, ଯୁବନେତା ଦେବବ୍ରତ ସାମଲ, ଲକ୍ଷ୍ମଣ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe