କୃଷି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ଲକ୍ଷ ଟଙ୍କା ପ୍ରଦାନ

Advertisment

ଦରମାରୁ ୫୦ହଜାର ଦେଲେ ଅଧ୍ୟକ୍ଷ

ଦରମାରୁ ୫୦ହଜାର ଦେଲେ ଅଧ୍ୟକ୍ଷ

କୃଷି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ଲକ୍ଷ ଟଙ୍କା ପ୍ରଦାନ

ବାରିପଦା: କରୋନା ମୁକାବିଲା ପାଇଁ ରାଜ୍ୟ କୃଷି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ୧୦ଲକ୍ଷ ଟଙ୍କାର ଚେକ୍ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ପ୍ରଦାନ କରିଛନ୍ତି। ସେହିପରି ନିଗମର ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି ନିଜର ଦରମାରୁ ୫୦ହଜାର ଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏଥି ସହିତ ଲକଡାଉନ୍ ସମୟରେ ସମସ୍ତେ ଘରେ ରହି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି। ଆସନ୍ତାକାଲିଠାରୁ ବାରିପଦାରେ ବାସହୀନ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯିବା ନେଇ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe