ସଙ୍କଟାପନ୍ନ ଅବସ୍ଥାରେ ସହିଦ ନୁଦୁରାମଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା

Advertisment

ସଙ୍କଟାପନ୍ନ ଅବସ୍ଥାରେ ସହିଦ ନୁଦୁରାମଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ବ୍ଲକର ଏକ ଗ୍ରାମରେ। ସହିଦ ନୁଦୁରାମ ସୋରେନଙ୍କ ଗାଁକୁ ନାହିଁ ରାସ୍ତା। ଗ୍ରାମକୁ ସଂଯୋଗ କରୁଥିବା ୨  କିଲୋମିଟର କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା ।

ସଙ୍କଟାପନ୍ନ ଅବସ୍ଥାରେ ସହିଦ ନୁଦୁରାମଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ବ୍ଲକର ଏକ ଗ୍ରାମରେ। ସହିଦ ନୁଦୁରାମ ସୋରେନଙ୍କ ଗାଁକୁ ନାହିଁ ରାସ୍ତା। ଗ୍ରାମକୁ ସଂଯୋଗ କରୁଥିବା ୨  କିଲୋମିଟର କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା ।

New Project

ରାଇରଙ୍ଗପୁର: ସଙ୍କଟାପନ୍ନ ଅବସ୍ଥାରେ ସହିଦ ନୁଦୁରାମଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ବ୍ଲକର ଏକ ଗ୍ରାମରେ। ସହିଦ ନୁଦୁରାମ ସୋରେନଙ୍କ ଗାଁକୁ ନାହିଁ ରାସ୍ତା। ଗ୍ରାମକୁ ସଂଯୋଗ କରୁଥିବା ୨  କିଲୋମିଟର କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା । ଯିଏ ଦେଶ ପାଇଁ ନିଜେ ଗଲୱାନା ଘାଟିରେ  ସହିଦ ହୋଇଥିଲେ; ତାଙ୍କରି ଗାଁକୁ ବିଭାଗ ଅସମ୍ମାନ କରୁଥିବା ଅଭିଯୋଗ ହେଉଛି।

ବୀରଚକ୍ର ସହିଦ ନାଏବ ସୁବେଦାର ନୁନ୍ଦୁରାମ ସୋରେନ ଗୋଲୱାନା ଘାଟିରେ ନିଜ ଜୀବନକୁ ବାଜି ଲଗାଇ ଦେଶ ସେବାରେ ଚୀନ ସୈନ୍ୟଙ୍କ ସହିତ ବୀରତ୍ୱର ସହିତ ଲଢ଼ି ନିଜେ ସହିଦ ହୋଇଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଗ୍ରାମର ରାସ୍ତା ସମସ୍ଯା କହିଲେ ନସରେ। ରାଇରଙ୍ଗପୁର ବ୍ଲକ ପ୍ରଶାସନର ଅଣଦେଖା ପାଇଁ  ଚମ୍ପାଉଦା ଗାଁ ରାସ୍ତା ଅବସ୍ଥା ବେହାଲ। କିଏ ବୁଝିବ ଗ୍ରାମବାସୀଙ୍କ ସମସ୍ୟା।

ସୂଚନା ଅନୁଯାୟୀ, ଚମ୍ପାଉଦା ଗ୍ରାମରେ ୭ ଶହରୁ ଅଧିକ ପରିବାର ବସବାସ କରୁଥିବା ବେଳେ ୩ ହଜାରରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ତେବେ ୨ କି.ମି କାଦୁଅ ପଚ ପଚ ନାଲି ମାଟିର ରାସ୍ତା ପାଲଟିଛି ଗ୍ରାମବାସୀଙ୍କ ଜୀବନ ରେଖା। ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ରାଇରଙ୍ଗପୁର ସହରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ହୋଇଥିବା ବେଳେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟାତ କରିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମର ମନୋରଞ୍ଜନ ହାଁସଦାଃ ଓ ଲଳିତ କୁମାର ମହାନ୍ତ କହିବା ଅନୁଯାୟୀ ପ୍ରସାଶନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ  କେହି କର୍ଣ୍ଣପାତ କରିନାହାନ୍ତି।

ରାସ୍ତାର ଦୂରାବସ୍ଥା ନେଇ ଗ୍ରାମବାସୀ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ଥିଲେ ମଧ୍ୟ ସୁଫଳ ମିଳିନାହିଁ । ଉକ୍ତ ରାସ୍ତା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପାଖ ରେଳ ଧାରଣାର ଗଳାପୋଲୋଠାରୁ  ଗ୍ରାମ ପର୍ଯ୍ୟନ୍ତ କାଦୁଅ ପଚପଚ ରହିଛି । ତେବେ ସହିଦଙ୍କ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ପକ୍କା ରାସ୍ତା କେବେ ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe