Advertisment

Culture: ପ୍ରକୃତି ଓ ପରମ୍ପରାର ମହାମିଳନ ‘ବାହା ପର୍ବ’

Advertisment

ଫଗୁଣର ମହକ ସାଙ୍ଗକୁ ଶାଳଫୁଲର ଗଜରା ଆଉ ମାଦଳର ତାଳେ ତାଳେ ଝୁମୁଛି ଆଦିବାସୀଙ୍କ ଗାଁ। ପ୍ରକୃତି ଓ ମଣିଷର ନିବିଡ ସମ୍ପର୍କକୁ ନେଇ ପାଳିତ ହେଉଛି ଆଦିବାସୀଙ୍କ ନିଆରା 'ବାହା ପର୍ବ '।

ଫଗୁଣର ମହକ ସାଙ୍ଗକୁ ଶାଳଫୁଲର ଗଜରା ଆଉ ମାଦଳର ତାଳେ ତାଳେ ଝୁମୁଛି ଆଦିବାସୀଙ୍କ ଗାଁ। ପ୍ରକୃତି ଓ ମଣିଷର ନିବିଡ ସମ୍ପର୍କକୁ ନେଇ ପାଳିତ ହେଉଛି ଆଦିବାସୀଙ୍କ ନିଆରା 'ବାହା ପର୍ବ '।

1003093767

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଫଗୁଣର ମହକ ସାଙ୍ଗକୁ ଶାଳଫୁଲର ଗଜରା ଆଉ ମାଦଳର ତାଳେ ତାଳେ ଝୁମୁଛି ଆଦିବାସୀଙ୍କ ଗାଁ। ପ୍ରକୃତି ଓ ମଣିଷର ନିବିଡ ସମ୍ପର୍କକୁ ନେଇ ପାଳିତ ହେଉଛି ଆଦିବାସୀଙ୍କ ନିଆରା 'ବାହା ପର୍ବ '। ପ୍ରକୃତି ଯେତେବେଳେ ନୂଆ ରୂପ ନିଏ ସେତେବେଳେ ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରନ୍ତି ଏହି ପର୍ବ। ନିଜ ପରମ୍ପରାକୁ ବଜାଇ ରଖି ଧୂମଧାମରେ ପାଳନ କରୁଛନ୍ତି 'ବାହା ପର୍ବ'।

ପ୍ରକୃତିର ନୂଆ ରୂପକୁ ସ୍ୱାଗତ କରିବାର ପର୍ବ ହେଉଛି 'ବାହା ପର୍ବ' । ବାହା ପର୍ବର ଅର୍ଥ ଫୁଲ ପୂଜା। ଫଗୁଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି ମୟୂରଭଞ୍ଜର ସମସ୍ତ ଆଦିବାସୀ ଗାଁ। ସାନ୍ତାଳୀ ସମ୍ପ୍ରଦାୟ ପାଇଁ 'ବାହା ପର୍ବ' କେବଳ ପର୍ବ ନୁହେଁ ବରଂ ଏହା ସେମାନଙ୍କ ଅସ୍ତିତ୍ୱ ଏବଂ ପରିବେଶ ପ୍ରତି ଥିବା ଭଲ ପାଇବାର ପ୍ରତୀକ। ଏହା ସାଲାଇପୂଜା ବା ଶାରହୁଲ ପୂଜା ଭାବରେ ମଧ୍ଯ ଜଣାଶୁଣା।

ଆହୁରି ପଢ଼ନ୍ତୁ: Eco Tourism: ଇକୋ ଟୁରିଜମ୍ ବିକାଶ ଲାଗି ଖର୍ଚ୍ଚ ହେବ ଦେଢ଼ କୋଟି

ପ୍ରକୃତି ପୂଜକ ଆଦିବାସୀମାନେ ଜଙ୍ଗଲର ସଜ ଶାଳ ଓ ମହୁଲ ଫୁଲକୁ ଜାହିରା ପୀଠରେ ଅର୍ପଣ କରିଥାନ୍ତି। ନୂଆ ଫୁଲକୁ ଜାହିରା ଠାକୁରାଣୀ (ଜାହେର ଆୟୋ)ଙ୍କୁ ଅର୍ପଣ ନକରି କେହି ବ୍ୟବହାର କରନ୍ତି ନାହିଁ କି ଜଙ୍ଗଲକୁ ମଧ୍ୟ ପ୍ରବେଶ କରନ୍ତି ନାହିଁ। ଏହି ପୂଜା ପୂର୍ବରୁ ଜଙ୍ଗଲର ନୂଆ ଫୁଲ ଓ ଫଳକୁ ବ୍ୟବହାର କଲେ ଅଶୁଭ ବୋଲି ବିଶ୍ୱାସ ରଖନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ। ପରମ୍ପରା ଅନୁସାରେ ଗ୍ରାମର ମୁଖ୍ୟ ପୂଜକ (ନାୟକେ ବାବା)ଙ୍କୁ ପାରମ୍ପରିକ ନୃତ୍ୟ ଗୀତର ତାଳେ ତାଳେ ନାଚି ଜାହିରା ପୀଠକୁ ପାଛୋଟି ନେଇଥିଲେ ଗ୍ରାମର ମହିଳା ଓ ପୁରୁଷ। ସେଠାରେ ଜାହିରା ଠାକୁରାଣୀ (ଜାହେର ଆୟୋ)ଙ୍କୁ ଜଙ୍ଗଲରୁ ଅଣାଯାଇଥିବା ଶୁଦ୍ଧ ଶାଳ ଫୁଲ ଓ ମହୁଲ ଫୁଲକୁ ଅର୍ପଣ କରାଯାଇଥିଲା। ପରେ ନାୟକେ ବାବାଙ୍କ ନିକଟରୁ ମହିଳାମାନେ ଶାଳ ଫୁଲ ଗ୍ରହଣ କରି ନିଜ ଖୋସାରେ ସଜାଇବା ସହ ପୁରୁଷମାନେ ନିଜ କାନରେ ଲଗାଇ ଉତ୍ସବର ଆନନ୍ଦ ନେଇଥାନ୍ତି।

ଆହୁରି ପଢ଼ନ୍ତୁ: Gas Leaks: ଗ୍ୟାସ୍ ପାଇପ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୪ ଶ୍ରମିକ ଆହତ

ପୂଜା ସରିବା ପରେ ପୁଣି ଆରମ୍ଭ ହୋଇଥିଲା ନାଚ ଗୀତର ଆସର। ସାନ୍ତାଳୀ ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ବାଦ୍ୟର ତାଳେ ତାଳେ ନାୟକେ ବାବାଙ୍କୁ ପୁଣି ଘରକୁ ପାଛୋଟି ନେଇଥିଲେ। ଆଧୁନିକ ଜୀବନଶୈଳୀ ଭିତରେ ବି ନିଜ ପରମ୍ପରାକୁ ଭୁଲି ନାହାନ୍ତି ଏହି ସାନ୍ତାଳୀ ଆଦିବାସୀ ଭାଇଭଉଣୀମାନେ। 'ପ୍ରକୃତିର ସୁରକ୍ଷା ହିଁ ମାନବ ସମାଜର ସୁରକ୍ଷା', ଏହି ବାର୍ତ୍ତା ବାହା ପର୍ବ ମାଧ୍ୟମରେ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଗ୍ରାମର ସୁଖ ସମୃଦ୍ଧି ସହ ସମସ୍ତଙ୍କର ମଙ୍ଗଳ କାମନା କରି ଶେଷ ହୋଇଥିଲା ଏହି ପର୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe