ବାଙ୍ଗିରିପୋଷି: ଗର୍ଭବତୀଙ୍କ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ଦାବି କରି ସ୍ବାସ୍ଥ୍ୟ ବିଭାଗ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ

Advertisment
ବାଙ୍ଗିରିପୋଷି: ଗର୍ଭବତୀଙ୍କ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ଦାବି କରି ସ୍ବାସ୍ଥ୍ୟ ବିଭାଗ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ବୁଢିଖମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କିଛି ଦିନ ପୂର୍ବରୁ ଜଣେ ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ ହେବା ସ୍ବାସ୍ଥ୍ୟ ବିଭାଗ ଜାଣିଲା ପରେ ତାଙ୍କୁ ତୁରନ୍ତ ବାରିପଦା କୋଭିଡ ଡାକ୍ତରଖାନା ନିଆଯାଇଥିଲା। ସୁସ୍ଥ ହୋଇ ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗ ଗାଡ଼ିରେ ଫେରିଲା ପରେ ଗାଡ଼ିରୁ ମହିଳାଙ୍କୁ ଓହ୍ଲାଇବାକୁ ଦେଇ ନାହାନ୍ତି ଗ୍ରାମବାସୀ ।

ପଜିଟିଭ କହି ନେଲ, ଏବେ ନେଗେଟିଭ ରିପୋର୍ଟ ଦେଖାଇବାକୁ ଦାବି କରି ସ୍ବାସ୍ଥ୍ୟ ବିଭାଗ ଗାଡ଼ିକୁ ଅଟକାଇ ଥିଲେ ଗ୍ରାମବାସୀ। ଖବର ପାଇ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଓ ସୀମା ସଙ୍ଗୀତା ପରିଡ଼ା, ଥାନା ଅଧିକାରୀ , ତହସିଲଦାର ଓ ବିଡିଓଙ୍କୁ ଅଭିଯୋଗ କରିଥିଲେ । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସମାଧାନର ବାଟ ବାହାର କରି ପାରି ନାହିଁ।

publive-image Odisha Bytes

ଏଠାରେ ସୂଚାଇ ଦିଆଯାଉଛି କି ଉକ୍ତ ମହିଳାଙ୍କୁ କରୋନା ହେବା ପରେ ଗ୍ରାମରେ ଆଉ ଛଅ ଜଣ ସଂକ୍ରମିତ ହୋଇଥିବାର ଅଭିଯୋଗ ହୋଇଛି। ଗ୍ରାମରେ ଉତ୍ତେଜନା ଜାରି ରହିଛି। ଏଣେ ୧୨ ଘଣ୍ଟା ଧରି ପ୍ରଶାସନର ସମସ୍ତ ଅଧିକାରୀ ଅଟକ ଅଛନ୍ତି। ଅଯଥାରେ ବୁଢିଖମାରୀ ଗ୍ରାମବାସୀଙ୍କୁ ବଦନାମ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ଥିବା ବେଳେ ଆଉ ଦୁଇ ପ୍ଲାଟୁନ ଫୋର୍ସ ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe