ବାଙ୍ଗିରିପୋଷି: ଦ୍ବାରଶୁଣୀ ଘାଟୀରେ ୧୨ ଚକିଆ ଟ୍ରକ ସହିତ ଅଟୋ ଧକ୍କା, ଚାରି ଗୁରୁତର

Advertisment
ବାଙ୍ଗିରିପୋଷି: ଦ୍ବାରଶୁଣୀ ଘାଟୀରେ ୧୨ ଚକିଆ ଟ୍ରକ ସହିତ ଅଟୋ ଧକ୍କା, ଚାରି ଗୁରୁତର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଳାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ  ଚନ୍ଦନପୁର  ପଞ୍ଚାୟତର  ବେଢାକୁଦର ଗାଁକୁ ଯାଉଥିବା ବେଳେ ବିଶୋଇ ବ୍ଳକ ଅନ୍ତର୍ଗତ କୁଣ୍ଡୁରା  ଅଞ୍ଚଳର ଏକ ପରିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।  ସୂଚନାରୁ ପ୍ରକାଶ ଯେ ଦ୍ବାରଶୁଣୀ ଘାଟୀରେ ଏକ ୧୨ ଚକିଆ ଟ୍ରକ୍‌ ସହ ଅଟୋ ଧକ୍କା ହେବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ଅମନ ମହାନ୍ତ (୪୫), ସେବତୀ  ମହାନ୍ତ( ୩୫),  ଗିର୍ଜା  ଶଙ୍କର  ମହାନ୍ତ (୧୩),  ଜାଜ୍ଞା ପ୍ରଭା  ମହାନ୍ତ( ୫)।

ଏହି ଦୁର୍ଘଟଣା ଘଟିବା ପରେ ପୁଲିସ୍‌ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି। କିଛି ଦିନ ପୂର୍ବରୁ ଏକ ବାଇକ ଓ ଟ୍ରକ ଧକ୍କା ରେ ବାପପୁଅଙ୍କ ମୃତ୍ୟୁ ଘଟଣା ମନ ରୁ ନ ଲିଭୁଣୁ ଆଜିର ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe