ବାରିପଦାରେ ଆଉ ୬୭ ଆକ୍ରାନ୍ତ, ନୂଆ ହଟସ୍ପଟ ବାରିପଦା ଜେଲ୍

Advertisment
ବାରିପଦାରେ ଆଉ ୬୭ ଆକ୍ରାନ୍ତ, ନୂଆ ହଟସ୍ପଟ ବାରିପଦା ଜେଲ୍

news.productioncrate.com

ବାରିପଦା : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ବାରିପଦା ପୌରାଞ୍ଚଳରେ କିନ୍ତୁ ଏହା ଥମିବାର ନା ନେଉନଥିବା ପରିଲକ୍ଷିତ ହୋଇଛି ଆଜି ଜିଲ୍ଲାର ୧୩୩ ସଂକ୍ରମିତଙ୍କ ମଧ୍ୟରୁ କେବଳ ବାରିପଦା ପୌରାଞ୍ଚଳରୁ ଅଧାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆଜି ଏଠାରୁ ପୁଣି ୬୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  

ବାରିପଦା ମଣ୍ଡଳ କାରାଗାର ନୂଆ ହଟସ୍ପଟ  ପାଲଟିଛି ଗତକାଲି ଏଠାରୁ ୪୦ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ପୁନଶ୍ଚ ଆଉ ୪୧ଜଣ ଆକ୍ରାନ୍ତ ବାହାରିଛନ୍ତି ଦୁଇ ଦିନ ମଧ୍ୟରେ ବାରିପଦା କାରାଗାରରୁ ୮୧ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇସାରିଲେଣି ଏହା ଜେଲ୍ କର୍ତ୍ତୃପକ୍ଷଙ୍କ କରୋନା ପ୍ରତିହତ କରିବାରେ ନେଇଥିବା ପଦକ୍ଷେପର ସ୍ପଷ୍ଟ ପ୍ରମାଣ ଦେଇଛି ବାରିପଦା ଜେଲ୍ରେ କିପରି ଢଙ୍ଗରେ କରୋନା ମୁକାବିଲା କରାଯାଉଛି ତାହା ଦୁଇ ଦିନ ମଧ୍ୟରେ ପ୍ରମାଣିତ ହୋଇଛି କର୍ତ୍ତୃପକ୍ଷ କେବଳ ଧର୍ମକୁ ଆଖିଠାର ମାରିବା ଭଳି ଜେଲରେ କରୋନା ମୁକାବିଲା କରୁଥିବା ଜଣାପଡ଼ିଛି ସଂକ୍ରମିତ ଅନ୍ତେବାସୀମାନଙ୍କୁ ଜେଲ୍ ମଧ୍ୟରେ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ଅଧୀକ୍ଷକ ପ୍ରଦୀପ କୁମାର ବେହେରା ଗତକାଲି ସୂଚନା ଦେଇଥିଲେ ଜେଲରେ ଆବଶ୍ୟକତାଠାରୁ ଅଧିକ କଏଦୀ ରହୁଛନ୍ତି ମାତ୍ର କରୋନାକୁ ମୁକାବିଲା କରିବା କ୍ଷେତ୍ରରେ ଯେଉଁଭଳି ପଦକ୍ଷେପ ନିଆଯାଉଛି ତାହା ଯଥେଷ୍ଟ ନୁହେଁ ବୋଲି ଜଣାପଡ଼ିଛି ବାରିପଦା ପୌରାଞ୍ଚଳର ପ୍ରଫୁଲନଗର, ବିଜୟରାମଚନ୍ଦପୁର, ମଧୁବନ, ଷ୍ଟେସନବଜାର ଆଦି ଅଞ୍ଚଳରୁ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ବଢ଼ିବାରେ ଲାଗିଛନ୍ତି   ସେହିପରି ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲରୁ ମଧ୍ୟ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବାରିପଦା ପୌରାଞ୍ଚଳରେ ହୋମ୍ ଆଇସୋସେଲନ୍ରେ ରହୁଥିବା ଏକାଧିକ କରୋନା ସଂକ୍ରମିତ ନିର୍ଭୟରେ ବାହାରେ ବୁଲୁଛନ୍ତି ଏନେଇ ପ୍ରଶାସନ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି ଯେଉଁମାନେ କରୋନା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହୁଛନ୍ତି କିମ୍ବା ହସ୍ପିଟାଲରୁ ଫେରିବା ପରେ ଏକାନ୍ତବାସରେ ରହିବା କଥା ସେମାନଙ୍କ ଉପରେ ପ୍ରଶାସନ ନଜର ରଖିବାକୁ ଦାବି ହୋଇଛି ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe