ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ଗିରଫ, କୋର୍ଟ ଚାଲାଣ

Advertisment
ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ଗିରଫ, କୋର୍ଟ ଚାଲାଣ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଆଇଟିଡିଏ ସହକାରୀ ନିର୍ବହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଆକ୍ରମଣ ଘଟଣାରେ ବାରିପଦା ପୁଲିସ୍‌ ସ୍ଥାନୀୟ ବିଧାୟକ ପ୍ରକାଶ ସୋରେନ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୪୧,୩୨୩,୩୨୪,୫୦୬ ଏବଂ ୩୪ରେ ମାମଲା ରୁଜ୍ଜୁ ହୋଇଛି। ବିଧାୟକଙ୍କ ଦ୍ବାରା ଆକ୍ରମଣର ଶିକାର ଯନ୍ତ୍ରୀଙ୍କ ଏଫଆଇଆର ଆଧାରରେ ଟାଉନ୍‌ ଥାନା ପୁଲିସ୍‌ ଆଜି ସକାଳେ ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ଆକ୍ରମଣର ଶିକାର ହୋଇଥିବା ଇଞ୍ଜିନିୟର ଜେନାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ବିଧାୟକ ଓ ତାଙ୍କର ଦୁଇ ସହଯୋଗୀ ପ୍ରବୀଣ ପାତ୍ର ଏବଂ ପ୍ରଶାନ୍ତ ବେହେରାଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ଙ୍କ ଅଟକକୁ ବିରୋଧ କରି ତାଙ୍କର ସମର୍ଥକମାନେ ଟାଉନ୍‌ ଥାନା ସାମ୍ନାରେ ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଥିଲେ।

ଅଭିଯୋଗ ଅନୁସାରେ, ଗତକାଲି ବାରିପଦା ସର୍କିଟ ହାଉସ୍‌ରେ ବିଧାୟକ ଓ ତାଙ୍କର ସହଯୋଗୀ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ କାମ ମିଳି ନ ଥିବାରୁ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସଂପୃକ୍ତ ଯନ୍ତ୍ରୀଙ୍କୁ ଚିକିତ୍ସା ଲାଗି ପିଆର୍‌ଏମ୍‌ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଏହି ଘଟଣା‌ରେ ଯନ୍ତ୍ରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe