ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ଥାନାରେ ଅଟକ

Advertisment
ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ଥାନାରେ ଅଟକ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଆକ୍ରମଣ ଘଟଣାରେ ଟାଉନ୍‌ ଥାନା ପୁଲିସ୍‌ ସ୍ଥାନୀୟ ବିଧାୟକ ପ୍ରକାଶ ସୋରେନ୍‌ଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ହୋଇଥିବା ଇଞ୍ଜିନିୟର ଜେନାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ବିଧାୟକ ଓ ତାଙ୍କର ଦୁଇ ସହଯୋଗୀ ପ୍ରବୀଣ ପାତ୍ର ଏବଂ ପ୍ରଶାନ୍ତ ବେହେରାଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ଙ୍କ ଅଟକକୁ ବିରୋଧ କରି ତାଙ୍କର ସମର୍ଥକମାନେ ଟାଉନ୍‌ ଥାନା ସାମ୍ନାରେ ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ବାରିପଦା ସର୍କିଟ ହାଉସ୍‌ରେ ବିଧାୟକ ଓ ତାଙ୍କର ସହଯୋଗୀ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ବିଲ୍‌ ପାସ୍‌ ହୋଇ ନ ଥିବାରୁ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସଂପୃକ୍ତ ଯନ୍ତ୍ରୀଙ୍କୁ ଚିକିତ୍ସା ଲାଗି ପିଆର୍‌ଏମ୍‌ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଏହି ଘଟଣା‌ରେ ଯନ୍ତ୍ରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe