କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ବିଜେଡି ! ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଆବାସିକ ସ୍କୁଲ୍

Advertisment
ମୁଖ୍ୟମନ୍ତ୍ରୀଙ୍କ ପିଆର୍‌ଓଙ୍କୁ ପୁନଃନିଯୁକ୍ତି

Business Today

ଭୁବନେଶ୍ବର : ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା ୨୪ ଘଣ୍ଟିଆ ଭା‌ରତ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ ବୋଲି ପରୋକ୍ଷ ସୂଚନା ମିଳିଛି। ତେବେ ଆଜି ସକାଳେ ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ  କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଭାରତ ବନ୍ଦକୁ ଆମ‌େ ସମର୍ଥନ କରିବୁ ବୋଲି ବୟାନ ଦେଇଥିବା ବେଳେ ଅନୁମାନ କରାଯାଇଥିଲା କି ବିଜୁ ଜନତା ଦଳ ହୁଏତ ବନ୍ଦକୁ ସମର୍ଥନ କରିପାରେ। ମାତ୍ର ଆସନ୍ତାକାଲି ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ନିର୍ମିତ  ଏକ ଆବାସିକ ବିଦ୍ୟାଳୟର ଲୋକାର୍ପଣରେ ଯୋଗଦେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଆଦାନି ଫାଉଣ୍ଡେସନର ଆର୍ଥିକ ସହାୟତା ଓ କିସ୍ ସହଭାଗିତାରେ ଏହି ବିଦ୍ୟାଳୟ ନିର୍ମିତ ହୋଇଛି ଓ ଏଥିରେ ୧୫୦୦ ଛାତ୍ରଛାତ୍ରୀ ରହି ପାଠପଢ଼ିବାର ସୁବିଧା ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖାଯାଇଛି। ଏହା ସ୍ପଷ୍ଟ ସୂଚନା ଦେଉଛି କି ବିଜୁ ଜନତା ଦଳ ଭାରତ ବନ୍ଦଠାରୁ ନିଜକୁ ଦୂରେଇ ରଖିବ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୩ ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାବାର ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚର ୬ ଜଣିଆ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଏଯାବତ୍ ବିଜୁ ଜନତା ଦଳ ପକ୍ଷରୁ କୌଣସି ଘୋଷଣା ସାମ୍ନାକୁ ଆସିନାହିଁ।  ଅନ୍ୟପଟେ ଦେଶବ୍ୟାପି ଧର୍ମଘଟକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe