ମା'ଙ୍କ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ଶିବିର, ୩୫ୟୁନିଟ ରକ୍ତ ସଂଗୃହୀତ

ମାଆର ସ୍ମୃତିରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆୟୋଜନ କଲେ ରକ୍ତଦାନ ଶିବିର। ଆଜିକୁ ଠିକ ଏକବର୍ଷ ତଳେ କର୍କଟ ରୋଗରେ ପୀଡ଼ିତା ନିଜ ମାଙ୍କର ମୃତ୍ୟୁ ଘଟିଥିଲା l ଆଉ ତାଙ୍କ ୩ପୁଅଙ୍କର ଦ୍ଵାରା ଏକ ଅଭିନବ ପ୍ରୟାସ।

Baisinga

ବୈଶିଙ୍ଗା: ମାଆର ସ୍ମୃତିରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆୟୋଜନ କଲେ ରକ୍ତଦାନ ଶିବିର। ଆଜିକୁ ଠିକ ଏକବର୍ଷ ତଳେ କର୍କଟ ରୋଗରେ ପୀଡ଼ିତା ନିଜ ମାଙ୍କର ମୃତ୍ୟୁ ଘଟିଥିଲା l ଆଉ ତାଙ୍କ ୩ପୁଅଙ୍କର ଦ୍ଵାରା ଏକ ଅଭିନବ ପ୍ରୟାସ। ମା'ର ଶ୍ରାଦ୍ଧବାର୍ଷିକୀ ଅବସରରେ ପୁଅମାନଙ୍କ ସହିତ ପରିବାର ବର୍ଗ ଆୟୋଜନ କରିଛନ୍ତି ଏକ ରକ୍ତଦାନ ଶିବିର l

ବେତନଟୀ ବ୍ଳକର ଅଧୀନ ମହେଶ୍ୱର ଗ୍ରାମର ମନୋରମା ପତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କର ୩ପୁଅ ଓ ପରିବାରର ସମସ୍ତ ସଦସ୍ୟ ମିଶି ସମ୍ବାଦ ଆମ ଓଡିଶା ସହଯୋଗରେ ମଙ୍ଗଳବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛିl

ସ୍ଥାନୀୟ ସମ୍ବାଦ ଓ କନକ ନ୍ୟୁଜ୍‌ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନା ତଥା ସୁବ୍ରତ କୁମାର ପତିଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ବର୍ଗତ ମନୋରମା ପତିଙ୍କ ସ୍ୱାମୀ ନିମାଇଁ ଚରଣ ପତି ଫିତା କାଟି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେl ପରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଙ୍କ ସହିତ ପ୍ରାକ୍ତନ ବିଧାୟକ ଓ ଅଞ୍ଚଳର ଏକାଧିକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ସ୍ବେଚ୍ଛା ରକ୍ତଦାନର ମହତ୍ତ୍ଵ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେl

ତେବେ ଏହି ଶିବିରରୁ ମୋଟ ୩୫ୟୁନିଟ ରକ୍ତସଂଗୃହୀତ ହୋଇଥିଲାl ଆଜିର ଏହି ଶିବିରରେ ସ୍ବର୍ଗତଃ ମନୋରମା ପତି ଙ୍କ ୩ ପୁଅ ରଜତ ପତି, ସୁବ୍ରତ ପତି, ଲଳିତ ପତି ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବ ଶିବିର ପରିଚାଳନା କରିଥିଲେ। ବାଲେଶ୍ୱର ସ୍ଥିତ ଓଡିଶା ରକ୍ତଦାନ କେନ୍ଦ୍ର ତରଫରୁ ଡାକ୍ତର ଦିଶା ଅଗ୍ରୱାଲ, ଟେକ୍ନିସିଆନ ଦେବାଶିଷ ଦତ୍ତ, ପୁଷ୍ଟପିତା ଦାସ ସହଯୋଗୀ ବିନୋଦ ବିହାରୀ ଦାସ ରକ୍ତ ସଂଗ୍ରହ କରିଥିଲେ l ପରିଶେଷରେ ସମ୍ବାଦ ଆମ ଓଡିଶା ପ୍ରତିନିଧି ଲକ୍ଷ୍ମୀଧର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe