ଜୁନିୟର୍ ରେଡକ୍ରସ୍ ଓ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ରକ୍ତ ଭଣ୍ଡାର ପରିସରରେ ଜୁନିୟର୍ ରେଡକ୍ରସ୍ ଓ ସମ୍ବାଦ ଆମ ଓଡିଶା ମିଳିତ ଆନୂକୁଲ୍ୟରେ ଜିଲ୍ଲା ଜୁନିୟର୍ ରେଡକ୍ରସ୍ ଅଧିକାରୀ ସ୍ମୁତିରଂଜନ ପାଣିଙ୍କ ଜନ୍ମଦିନ ଓ ନବବର୍ଷ ୨୦୨୫ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Blood donation programme in Rairangpur.

Blood donation programme in Rairangpur. Photograph: (sambad.in)

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ରକ୍ତ ଭଣ୍ଡାର ପରିସରରେ ଜୁନିୟର୍ ରେଡକ୍ରସ୍ ଓ ସମ୍ବାଦ ଆମ ଓଡିଶା ମିଳିତ ଆନୂକୁଲ୍ୟରେ ଜିଲ୍ଲା ଜୁନିୟର୍ ରେଡକ୍ରସ୍ ଅଧିକାରୀ ସ୍ମୁତିରଂଜନ ପାଣିଙ୍କ ଜନ୍ମଦିନ ଓ ନବବର୍ଷ ୨୦୨୫ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜୁନିୟର୍ ରେଡକ୍ରସ୍ ଅଧିକାରୀ ସ୍ମୁତିରଞନ ପାଣି ଓ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତଙ୍କ ତତ୍ୱ୍ୟାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ ନିରଂଜନ ପାଣି, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୋପାଲ ଚନ୍ଦ୍ର ବେଶ୍ରା, ପ୍ରଧାନଶିକ୍ଷକ ଟୁକୁଲୁ ବାସ୍କେ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତ ଅଭାବରେ ଯେପରି କାହାର ଜୀବନ ଯିବ ନାହିଁ ତାହାକୁ ଦୃଷ୍ଟିରେ ରଖି ରକ୍ତଦାନ ଭଳି ମହାନ କାମ ପାଇଁ ସମସ୍ତ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କରିବା ପାଇଁ ଆହ୍ୱାନ ଦେଇଥିଲେ।

ଉକ୍ତ ଶିବିରରୁ ମୋଟ୍ ୧୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ଉକ୍ତ ଶିବିରକୁ ରକ୍ତଭଣ୍ଡାରର ଏଲଟି ଦବେବ୍ରତ ଗିରି ଓ ସୁମନ୍ତ ଗିରି ରକ୍ତ ସଂଗ୍ରହ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଲଂଚ୍ ଉଇଣ୍ଡ କମ୍ପୁଟର୍, ଶିକ୍ଷକ ସୁବ୍ରତ କୁମାର ମହାନ୍ତ, ଶିକ୍ଷୟିତ୍ରୀ ସୁଶ୍ରିତା ମହାନ୍ତ, ସତ୍ୟନାଥ ଦାସ, ଆଶିଷ କୁମାର ମାଝୀ, କ୍ରିଷ୍ଣା ଶର୍ମା ପ୍ରମୁଖ ସହୋଯଗ କରିଥିଲେ। ଶେଷରେ ସମ୍ବାଦ ଆମ ଓଡିଶା ସଂଯୋଜକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରକ୍ତଦାତାମାନେ ହେଲେ: ସ୍ମୃତିରଞନ ପାଣି, ଦିପକ୍ କୁମାର ବେହେରା, ମାନସିଂ ହେମ୍ବ୍ରମ୍, ଆଜାଦ୍ ହାଁସଦାଃ, ବିବେକାନନ୍ଦ ଗିରି, ବିକାଶ ଚନ୍ଦ୍ର ମହାନ୍ତ, ସିଦ୍ଧାର୍ଥ ଗିରି, ସଂଗ୍ରାମ ବାସ୍କେ, ଶିକ୍ଷୟିତ୍ରୀ ସୁଶ୍ରିତା ମହାନ୍ତ, ଶିକ୍ଷକ ସୁବ୍ରତ କୁମାର ମହାନ୍ତ, ସତ୍ୟନାଥ ଦାସ, ଆଶିଷ କୁମାର ମାଝୀ, ପାତ୍ର ଲେଙ୍ଗାଇ, ଗତିକୃଷ୍ଣ ମହାନ୍ତ, ପରେଶ ଚନ୍ଦ୍ର ମହାନ୍ତ, ଇନ୍ଦ୍ରଜିତ୍ ପୁର୍ତି, ଗମା ବାନ୍ଦ୍ରା, ଚନ୍ଦନ ବାସ୍କେ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe