ଭିଶୋଇର ଟାଙ୍ଗିଆ ଚୋଟରେ ଶଳାର ପ୍ରାଣ ଗଲା

Advertisment
ଭିଶୋଇର ଟାଙ୍ଗିଆ ଚୋଟରେ ଶଳାର ପ୍ରାଣ ଗଲା

ତାଟୋ: ଜଣେ ସଂପର୍କୀୟ ଭିଶୋଇର ଟାଙ୍ଗିଆ ଚୋଟରେ ଶଳାର ପ୍ରାଣ ଯାଇଛି। ମୃତ ଶଳା ହେଉଛନ୍ତି ଯଶିପୁର ଥାନା ଗୁଡ଼ୁଗୁଡ଼ିଆ ଗାଁର ଶଙ୍କର ଦେହୁରୀ(୩୫)। ମଧ୍ୟାହ୍ନରେ ଏପରି ଅଭାବନୀୟ ଘଟଣା କରଞ୍ଜିଆ ବ୍ଲକ୍‌ ବାଟପଳସା ପଞ୍ଚାୟତ ଅନ୍ତର୍ଗତ ଶିଆଳିନଈ ଗାଁରେ ଘଟିଛି। ଅନ୍ୟପଟେ ମୃତ ଶଙ୍କରଙ୍କ ପରିବାର ଲୋକଙ୍କ ମାଡ଼ରେ ଭିଶୋଇ ଚିରୁ ଦେହୁରୀ(୫୦) ଗୁରୁତର ହୋଇ କରଞ୍ଜିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ, ଯଶିପୁର ଥାନା ଗୁଡ଼ୁଗୁଡ଼ିଆ ଗ୍ରାମର ଶଙ୍କର ପ୍ରାୟ ୧୫ ଦିନ ତଳେ ଆସି ଭିଶୋଇ ଚିରୁଙ୍କ ଶିଆଳିନଈ ଘରେ ରହି ଜଙ୍ଗଲରୁ ମହୁ ସଂଗ୍ରହ କରୁଥିଲେ। ତେବେ କୌଣସି କାରଣରୁ  ଚିରୁ ଏକ କାଠ କଟା ଟାଙ୍ଗିଆରେ ଶଙ୍କରଙ୍କୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ଶଙ୍କରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବରପାଇ ମୃତ ଶଙ୍କରଙ୍କ ପତ୍ନୀ, ପୁଅ ଓ ପୁଅଙ୍କ ଶଳା ପହଞ୍ଚି ଘଟଣା ସଂପର୍କରେ ଜାଣିବା ପରେ ଚିରୁକୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ତାକୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପଛର କାରଣ ଜଣାପଡ଼ିନି।
ଖବରପାଇ କରଞ୍ଜିଆ ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ, ଏସ୍‌ଆଇ ରନିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସୂଚନାଯୋଗ୍ୟ, ଶିମିଳିପାଳ ଆଭ୍ୟନ୍ତର ଅଞ୍ଚଳରୁ ଚିରୁ ବିସ୍ଥାପିତ ହୋଇ ଶିଆଳିନଈ ଗାଁର ପୁନର୍ବସତି କଲୋନୀରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe