ବ୍ୟବସାୟୀ ପାର୍ଥସାରଥୀ ହତ୍ୟା ମାମଲା : ଦୁଇ ଗିରଫ, ବିପୁଳ ମାରଣାସ୍ତ୍ର ଜବତ

Advertisment

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ

ବ୍ୟବସାୟୀ ପାର୍ଥସାରଥୀ ହତ୍ୟା ମାମଲା : ଦୁଇ ଗିରଫ, ବିପୁଳ ମାରଣାସ୍ତ୍ର ଜବତ

ବାରିପଦା : ବାରିପଦା ସହରର ବ୍ୟବସାୟୀ ପାର୍ଥସାରଥୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦୁହେଁ ହେଲେ ବାରିପଦା ସହର ପାଲବଣିର ଡଲାର୍‌ ମଜୁମ୍‌ଦାର (୩୨) ଓ ତାଙ୍କ ସହଯୋଗୀ ବିଶ୍ୱଜିତ ମହାପାତ୍ର ଓରଫ ବବୁଲୁ (୨୩)। ସେମାନଙ୍କଠାରୁ ଗୋଟିଏ ୯ ମିମି ଅଫୁଟା ଗୁଳି, ୨ଟି ଏକେ ୪୭ ଗୁଳି, ଗୋଟିଏ ବୁଲେଟ୍‌, ୨୪ଟି ୯ ମିମି ଫାୟାର୍‌ଡ ପିଲେଟ୍‌, ଗୋଟିଏ ୮ ମିମି ବୁଲେଟ୍‌, ଗୋଟିଏ ୫ ମିମି ଏଂପ୍ଟଟ କେଶ ବୁଲେଟ୍‌, ୨୭୪ଟି ଏୟାର ଗନ୍‌ ଗୁଳି, ୬ଟି ଖଣ୍ଡା, ଗୋଟିଏ ଭୁଜାଲି, ଗୋଟିଏ ଫାର୍ସା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଛି। ଏଥିସହ ଗୋଟିଏ ରୟାଲ୍‌ ଏନ୍‌ଫିଲ୍‌ଡ ବୁଲେଟ୍‌ ବାଇକ, ୩ ଟି ମୋବାଇଲ୍‌ ଓ ଗୋଟିଏ ହୋଣ୍ଡା ସ୍କୁଟି ଜବତ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ନିଜ ପ୍ରେମିକା ଓ ବନ୍ଧୁଠାରୁ ପ୍ରତାରଣାର ଶିକାର ହୋଇ ଡଲାର ପାର୍ଥକୁ ହତ୍ୟା କରିଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି।

publive-imageତ୍ରିକୋଣ ପ୍ରେମ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ୨୫ ଦିନଧରି ପୁଲିସ ଜାରି ରଖିଥିବା ତଦନ୍ତ ଶେଷରେ ସଫଳ ହୋଇଛି। ପୁଲିସ କହିଛି; ଜଣେ ଯୁବତୀକୁ ଦୁଇଜଣ ଯୁବକ ପ୍ରେମ କରୁଥିଲେ। ପରେ ପ୍ରତାରଣା ଓ ଧୋକା ଯୋଗୁଁ ଏ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ପ୍ରତାରଣାର ଶିକାର ହେବା ପରେ ହତ୍ୟାକାରୀ ନିଜ ବନ୍ଧୁ ପାର୍ଥସାରଥୀ ଦାସ ଓରଫ ବାପୁନ୍‌ଙ୍କୁ ଗୁଳିକରି ହତ୍ୟା କରିଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି। ଗତ ଜାନୁଆରି ୧୮ ରାତିରେ ଏ ଘଟଣା ଘଟିଥିଲା। ବାରିପଦା ସହର ଦେଇ ଯାଇଥିବା ସୁକୁଯୋଡ଼ା ନଈପଠାରେ ସଦର ଥାନାଠୁ ମାତ୍ର ଶହେ ମିଟର ଦୂର ୧୮ ନମ୍ବର ଜାତୀୟ ରାଜପଥ ପାଲବଣି ନିକଟରେ ପାର୍ଥସାରଥୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସଦର ଏସ୍‌ଡିପିଓ ଅଭିମନ୍ୟୁ ନାୟକଙ୍କ ନେତୃତ୍ଵରେ ପୁଲିସ ୫ ଜଣିଆ ଟିମ୍‌ ଗଢ଼ି ତଦନ୍ତ କରୁଥିଲା। ମୋଟ ୬୨ ଜଣଙ୍କୁ ପଚରା ଉଚରା ପରେ ଗତକାଲି ୨ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ବାରିପଦା ଟାଉନ୍‌ ଥାନାଧିକାରୀ ଅଶୋକ ନାୟକ, ଡିଏସ୍‌ପି ଜେ.ଏନ୍‌.ଜେନା ଓ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe