Construction Work Begins: ଖବର ପ୍ରକାଶ ପରେ ବାଇପାସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ

ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ୨୦ ନମ୍ବର ଜାତୀୟ ରାଜପଥ ରାଞ୍ଚି-ବିଜୟୱାଡା ଯାଇଛି। ଏହି ରାସ୍ତା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା।

Rairangpur

Road construction in Rairangpur. Photograph: (sambad.in)

ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ୨୦ ନମ୍ବର ଜାତୀୟ ରାଜପଥ ରାଞ୍ଚି-ବିଜୟୱାଡା ଯାଇଛି। ଏହି ରାସ୍ତା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା। ଯାହା ଫଳରେ ବହୁ ଧନ ଜୀବନ ହାନି ହେଉଛି। ତାହାକୁ ଦୃଷ୍ଟିରେ ରଖି ବାଇପାସ୍ ନିର୍ମାଣ ପାଇଁ ୨୦୨୪ ମସିହା ଫେବ୍ରୁଆରି ମାସରେ ଶିଳାନ୍ୟାସ ହୋଇଥିଲା।

୨୦୨୪ରେ ବିଜ୍ଞାପନ ପ୍ରକାଶ

୨୦୨୪ ମସିହା ଅଗଷ୍ଟ ମାସରେ ବାଇପାସ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। କିନ୍ତୁ ପରେ ପ୍ରଶାସନ ନିରବ। ଜମି ବିବାଦକୁ  ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜମି ମାଲିକଙ୍କୁ ବହୁତ୍ କମ୍ ଟଙ୍କା ଦେଉଥିନବାରୁ ଜମି ଅଧିଗ୍ରହଣ ହୋଇ ପାରିନଥିଲା। ସେ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନଥିଲା।

ଆହୁରି ପଢ଼ନ୍ତୁ: CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ରାଇରଂଗପୁରବାସୀଙ୍କୁ ବାଇପାସ୍‌ ଚିନ୍ତା

ଏସମ୍ବନ୍ଧରେ ଗତ ୪ ଅକ୍ଟୋବରରେ ଦୈନିକ ‘ସମ୍ବାଦ’ରେ ‘ରାଇରଙ୍ଗପୁରକୁ ବାଇପାସ୍ ଚିନ୍ତା, ୭ ମାସରେ ଗଡିଲାଣି ୧୮ ମୁଣ୍ଡ’ ଶୀର୍ଷକରେ ଏକ ଖବର ପ୍ରକାଶିତ ହେବା ପରେ ଏନଏଚ୍ଏଆଇ ଓ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ରାଇରଙ୍ଗପୁର ନିକଟସ୍ଥ ପୁରୁଣାପାଣିଠାରୁ ବାଇପାସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସମ୍ବାଦର ପ୍ରଭାବରେ ବାଇପାସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଅଞ୍ଚଳ ବାସୀ ସମ୍ବାଦକୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe