ନାଗାର୍ଜୁନ ବେଶ ଦିନ ମହାପ୍ରଭୁଙ୍କ ଚିତ୍ର ଉପରେ ପାଦ ଦେଲେ ଭୁବନେଶ୍ବର ସାଂସଦ, ବାରିପଦା ଟାଉନ୍‌ ଥାନାରେ ଏତଲା

Advertisment
ନାଗାର୍ଜୁନ ବେଶ ଦିନ ମହାପ୍ରଭୁଙ୍କ ଚିତ୍ର ଉପରେ ପାଦ ଦେଲେ ଭୁବନେଶ୍ବର ସାଂସଦ, ବାରିପଦା ଟାଉନ୍‌ ଥାନାରେ ଏତଲା

ବାରିପଦା : ଆଜି ଥିଲା ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ୨ୟ ‌ଶ୍ରୀକ୍ଷେତ୍ର ବାରିପଦାରେ ଏ ନେଇ ଭକ୍ତିଭାବମୟ ପରିବେଶ ଥିଲା। ମାତ୍ର ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁରୁଜରେ ଅଙ୍କା ହୋଇଥିବା ତିନି ଠାକୁରଙ୍କ ଚିତ୍ର ଉପରେ ପାଦ ଥାପିଥିବା ଅଭିଯୋଗ କରି ବାରିପଦା ଟାଉନ୍‌ ଥାନାରେ ଏତଲା‌ ଦେଇଛନ୍ତି ଯୁବସମାଜସେବୀ ଅରୁଣ କୁମାର ବେହେରା।

ଏହି ଘଟଣା ନେଇ ଉପସ୍ଥିତ ଜନସାଧାରଣ ବିରୋଧ କରିବାରୁ ସାଂସଦ ଫେରିଯାଇଥିଲେ। ମାତ୍ର କୌଣସି ଦୁଃଖ ପ୍ରକାଶ କରି ନଥିଲେ କିମ୍ବା କୌଣସି ଅନୁଶୋଚନା ଦେଖାଇନଥିବା ଅରୁଣ ଅଭିଯୋଗ କରିଛନ୍ତି। ଏନେଇ ବିଜେପି ନେତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିପରି ଏହି ଘଟଣାକୁ ନେଇ ସେବାୟତ ମହାସଂଘର ସଭାପତି କାମେଶ୍ବର ତ୍ରିପାଠୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe