ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ, ରାଇରଙ୍ଗପୁର ଉତ୍ସବମୁଖର

Advertisment
ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ, ରାଇରଙ୍ଗପୁର ଉତ୍ସବମୁଖର

ରାଇରଙ୍ଗପୁର: ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଯାହାକୁ ନେଇ ତାଙ୍କ ନିଜ ଅଞ୍ଚଳ ରାଇରଙ୍ଗପୁରରେ ଉତ୍ସବର ମାହୋଲ ରହିଥିଲା। ଶପଥ ଗ୍ରହଣ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ରାଇରଙ୍ଗପୁରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସାଜସଜ୍ଜା ସହ ବଡ଼ ବଡ଼ ଏଲ୍‌ଇଡି ଲଗାଯାଇଥିଲା। ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଏବଂ ପରେ ନାଚଗୀତର ମାହୋଲ ଦେଖିବାକୁ ମିିଳିଥିଲା। ଅଞ୍ଚଳବାସୀ ତଥା ବିଜେପି ଓ ଅନ୍ୟ ଦଳର ନେତା ଓ କର୍ମୀମାନେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ମାଦଳ ଓ ଧୂମସା ତାଳରେ ମନଖୋଲା ନୃତ୍ୟ କରିଥିଲେ।

ଭାରତ ମାତା କି ଜୟ ଓ ଦ୍ରୌପଦୀ ମୁର୍ମୁ କି ଜୟ ନାରାରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ସ୍କୁଲ୍‌ ପିଲା ମଧ୍ୟ ସାମିଲ ଥିଲେ। ସେମାନେ ହାତରେ ଜାତୀୟ ପତାକା ଧରି ଭାରତ, ଭାରତୀୟ ସମ୍ବିଧାନ ତଥା ଦ୍ରୌପଦୀ ମୁର୍ମୁଙ୍କ ଜୟଧ୍ବନି ଦେଇଥିଲେ। ଏହି ଅବସରରେ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା। ଅନ୍ୟପଟେ ଶ୍ରୀମତୀ ମୁର୍ମୁଙ୍କ ବାପାଘର ଗାଁ ଉପରବେଡ଼ାରେ ସ୍ବତନ୍ତ୍ର ଭାବେ ପାରମ୍ପରିକ ପୂଜାପାଠର ଆୟୋଜନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁଙ୍କ ସଫଳତା କାମନା କରି ଏହି ପୂଜା ହେଉଥିବା ଗ୍ରାମବାସୀ ଓ ସଂପର୍କୀୟମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe