ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଛାଡ଼ିବା ସମୟରେ ପରିବର୍ତ୍ତନ, ବାରିପଦାରୁ ରାତି ୧୧.୫୫ ପରିବର୍ତ୍ତେ ଅପରାହ୍ନ ୫ରେ ଛାଡ଼ିବ

ପରଦିନ କଟକରୁ ରାତି ସାଢ଼େ ୧୧ରେ ଛାଡ଼ିବ

ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଛାଡ଼ିବା ସମୟରେ ପରିବର୍ତ୍ତନ, ବାରିପଦାରୁ ରାତି ୧୧.୫୫ ପରିବର୍ତ୍ତେ ଅପରାହ୍ନ ୫ରେ ଛାଡ଼ିବ

zeenews

ବାରିପଦା : ୦୮୦୨୫ ନମ୍ବର ବିଶିଷ୍ଟ ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ରାତି ୧୧.୫୫ ପରିବର୍ତ୍ତେ ଅପରାହ୍ନ ୫ଟାରେ ଛାଡ଼ିବ। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଟ୍ରେନ୍‌ ରାତି ପ୍ରାୟ ୧୦.୧୫ରେ କଟକରେ ପହଞ୍ଚିବ। ଯାହାକି ପରୀକ୍ଷାର୍ଥୀଙ୍କୁ ପରଦିନ ପରୀକ୍ଷାରେ ବସିବା ପାଇଁ ସହାୟକ ହେବ। ସେହିପରି ପରଦିନ ଶନିବାର ୦୮୦୨୬ ନମ୍ବର ବିଶିଷ୍ଟ ଟ୍ରେନ୍‌ କଟକରୁ ସନ୍ଧ୍ୟା ୫.୪୦ ପରିବର୍ତ୍ତେ ରାତି ସାଢ଼େ ୧୧ଟାରେ ପରୀକ୍ଷାର୍ଥୀଙ୍କୁ ଧରି ବାରିପଦା ଅଭିମୁଖେ ଯାତ୍ରା କରିବବୋଲି ସୂଚନା ପ୍ରଦାନ କରାଯାଇଛି। ବାରିପଦାରୁ ଶୁକ୍ରବାର ଅପରାହ୍ନ ୫ରେ ଛାଡ଼ିବାକୁ ଥିବା ଟ୍ରେନ୍‌ ବାରିପଦା ପରେ ବେତନଟୀ, ରୂପ୍‌ସା, ବାଲେଶ୍ବର, ସୋରୋ, ମାର୍କେଣା, ଭଦ୍ରକ, ଯାଜପୁର ହୋଇ କଟକରେ ପହଞ୍ଚିବ। ପରୀକ୍ଷାର୍ଥୀ କିମ୍ବା ସେମାନଙ୍କର ଅଭିଭାବକ ଆଡମିଟ୍‌ କାର୍ଡ ସହିତ ରିଜର୍ଭେସନ ଟ‌ିକେଟ୍‌ ଦେଖାଇ ଯାତ୍ରା କରିପାରିବେ। ୟୁପିଏସସି ପରୀକ୍ଷା ନିମନ୍ତେ ଅତିରିକ୍ତ ଭିଡ଼କୁ ଏଡ଼ାଇବା ସହିତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହି ଟ୍ରେନ୍‌ ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe