ମୟୂରଭଂଜ: ପୁଲିସର ହସ୍ତକ୍ଷେପ ପରେ ଅଟକିଲା ବାଲ୍ୟ ବିବାହ

Advertisment
ମୟୂରଭଂଜ: ପୁଲିସର ହସ୍ତକ୍ଷେପ ପରେ ଅଟକିଲା ବାଲ୍ୟ ବିବାହ

ବାରିପଦା: ମୟୂରଭଂଜ ଜିଲ୍ଲାର ଉଦଳା ଅଂଚଳରେ ପୁଲିସର ହସ୍ତକ୍ଷେପ ପରେ ରବିବାର ଏକ ବାଲ୍ୟ ବିବାହ ଅଟକିଛି। ସୂଚନା ଅନୁସାରେ ରାଢ଼ୋ ଗାଁରେ ଏହି ବାଲ୍ୟ ବିବାହକୁ ପୁଲିସ ବନ୍ଦ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବିବାହ ସ୍ଥଳରେ ପୁଲିସ ଅତର୍କିତ ଭାବରେ ଚଢ଼ାଉ କରିଥିଲା।

ରିପୋର୍ଟ ଅନୁସାରେ ବାପା-ମା’ ଛେଉଣ୍ଡ ନାବାଳିକା ମାମୁଁ ଘରେ ରହୁଥିଲା। ମାମୁଁ ଘର ଲୋକେ ନାବାଳିକାର ବିବାହ ଉତ୍ତରପ୍ରଦେଶରେ ଠିକ୍‌ କରିଥିଲେ। ମାତ୍ର ବିବାହରେ ନାବାଳିକାର ସମ୍ମତ ନଥିଲା। କୌଣସି ଉପାୟ ନପାଇ ନାବାଳିକା ବିବାହ ବେଦୀରେ ବସିଥିଲା।

ଉତ୍ତରପ୍ରଦେଶରୁ ବର ପ୍ରମୋଦ ଆସିଥିଲା। ବିବାହ ଚାଲିଥିବା ବେଳେ ପୁଲିସ ପହଂଚିଥିଲା। ଉଦଳା ଏସ୍‌ଆଇ ମଧୁସ୍ମିତ କର କହିଛନ୍ତି, ବାଲ୍ୟ ବିବାହ ଦଣ୍ଡନୀୟ ଅପରାଧ ଅଟେ। ଏଥି ପାଇଁ ଏହି ବିବାହକୁ ବନ୍ଦ କରାଯାଇ ପ୍ରମୋଦ କୁମାରଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe