ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ):ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୋଳି ହେରୋଗୋଡ଼ାରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଜଣେ ନବମ ଶ୍ରେଣୀର ଛାତ୍ରକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ଛାତ୍ର ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟକାବାଦି ଗ୍ରାମର ରାଜକୁମାର ବିନ୍ଧାଣୀଙ୍କ ଏକମାତ୍ର ପୁଅ ସମ୍ବିତ ବିନ୍ଧାଣୀ। ସେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ନିଜ ମାମୁଁ ଘରେ ରହି ବାଶିଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲା।
ଏ ନେଇ ପରିିବାର ପକ୍ଷରୁ ତିରିଂ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ କରି ପୁଲିସ ମୋଟ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମ୍ବିତଙ୍କ ବାପା ରାଜକୁମାରଙ୍କ କହିବା ଅନୁଯାୟୀ, ଦୁଇ ଦିନ ପୂର୍ବେ ସନ୍ଧ୍ୟାରେ ଇନ୍ଦଖୋଳି ହେରୋଗୋଡା ଗ୍ରାମର କିଛି ଲୋକ ଚୋରି ଅଭିଯୋଗ ଆଣି ସମ୍ବିତଙ୍କ ସମେତ ଦୁଇ ଜଣ ନାବାଳକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିଲେ। ଦୁହେଁ ଗୁରୁତର ହେବାରୁ ସମ୍ବିତଙ୍କ ବାପାଙ୍କୁ କେହି ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସମ୍ବିତଙ୍କ ବାପା ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ଜାଣିବାକୁ ପାଇଲେ, ପୁଲିସ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଝରାଡିହି ମେଡିକାଲକୁ ନେଇଥିଲେ। ସମ୍ବିତଙ୍କ ବାପା ସେଠାରେ ପହଞ୍ଚିବା ପରେ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲ ଆଣିଥିଲେ। ହେଲେ ରାଇରଙ୍ଗପୁର ମେଡିକାଲରେ ଉପଖଣ୍ଡ ଚିକିତ୍ସାଳୟରେ ସମ୍ବିତଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: Nancy Grewal: ସୋସିଆଲ ମିଡିଆ ଷ୍ଟାର ନାନସି ଗ୍ରେୱାଲଙ୍କୁ ଛୁରୀ ଭୁସି ହତ୍ୟା
ଖବର ପାଇ ପରିବାର ଲୋକେ ରାଇରଙ୍ଗପୁର ମେଡିକାଲରେ ପହଞ୍ଚି ଥିଲେ। କାନ୍ଦବୋବାଳିରେ ମେଡିକାଲ ପରିସର ଫାଟି ପଡୁଥିଲା। ପୁଅକୁ ହତ୍ୟା କରକ ଯାଇଥିବା ନେଇ ବାପା ତିରିଂ ଥାନାରେ ଅଭିଯୋଗ କରିଥିଲେ। ରାଇରଙ୍ଗପୁର ଏସଡିିପିଓ ବୀରେନ୍ଦ୍ର କୁମାର ସେନାପତିଙ୍କ ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ୫ ଜଣ ପିଲାଙ୍କୁ ଛେଳି ଚୋରି ଅଭିଯୋଗରେ ଗ୍ରାମବାସୀ ଧରିଥିଲେ। ୨ ଜଣ ପଳାଇଥିବାବେଳେ ଦୁଇଜଣଙ୍କୁ ଗ୍ରାମବାସୀ ଧରି ଆକ୍ରମଣ କରିଥିଲେ। ସେମାନଙ୍କ ମୋଟର ସାଇକେଲ ମଧ୍ୟ ପୋ଼ଡି ଦେଇଥିଲେ।
ପୁଲିସ ଖବର ପାଇ ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହା ଏକ ସମ୍ବଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଗୁରୁତ୍ୱର ସହ ମାମଲାର ବିଚାର କରୁଛି। ଗତକାଲି ରାତିରେ ସେହି ଗାଁର ୧୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ପୋଡି ଯାଇଥିବା ମୋଟର ସାଇକେଲକୁ ମଧ୍ୟ ପୁଲିସ ଘଟଣାସ୍ଥଳରୁ ଜବତ କରିଛି। ଅନ୍ୟଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପରିବାର ଲୋକେ ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)