ଭୁବନେଶ୍ବର: ଦିଅଁଙ୍କ ଦେଉଳରେ ଦାଦାଗିରି । ଠାକୁରଙ୍କୁ ନାହିଁ ଟିକେ ବି ଖାତିରି । ନା ଚକାଆଖିକୁ ଡର ନା ଆମ ଆରାଧ୍ୟ ଦେବତାଙ୍କ ପ୍ରତି ତିଳେ ମାତ୍ର ଭୟ । କଳା ପାହାଡ଼ ପରି ଆସିଲା, ଆତଙ୍କ ରଚିଲା । ଆଉ ଚାହୁଁଚାହୁଁ ତାଣ୍ଡବ ରଚି ସବୁକିଛି ଭାଙ୍ଗିରୁଜି ଚୁରମାର କରି ପଳେଇଲା । ନା ମହାପ୍ରଭୁଙ୍କୁ ଛାଡ଼ିଲା ନା ପାର୍ଶ୍ବ ଦେବାଦେବୀଙ୍କୁ… ବରଂ ଏ ନାସ୍ତିକ, ଏ ଅସାମାଜିକ ଯୁବକ ହାତୁଡ଼ିରେ ପିଟିପିଟି ଭାଙ୍ଗିଦେଲା ଶ୍ରୀଜଗନ୍ନାଥଙ୍କ ହାତ। ଯେଉଁ ବାହୁ ତଳେ ଏ ଜଗତ ସୁରକ୍ଷିତ, ଯେଉଁ ଭୁଜ ତଳେ ଏ ଦୁନିଆ ଆଲୋକିତ । ଯାହାଙ୍କ ଆଗରେ ମହାବାହୁ କହି ହାତ ଟେକି ଦେଲେ ସିଏ କୋଳେଇ ନିଅନ୍ତି… ସେହି କୋଟି ଓଡିଆଙ୍କ ମଉଡ଼ମଣି, କଳା ସାଆନ୍ତ, କାଳିଆ ଠାକୁରଙ୍କ ହାତକୁ ହାତୁଡିରେ ଭାଙ୍ଗି ଚାଞ୍ଚଲ୍ୟ ଖେଳାଇ ଦେଇଛି କଳିଯୁଗର ଏ କଳା ପାହାଡ଼…
/filters:format(webp)/sambad/media/media_files/2026/02/24/jagannath-temple-2026-02-24-23-00-38.jpg)
ଆହୁରି ପଢନ୍ତୁ- Mohan Charan Majhi: ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ ଜନସାଧାରଣ
ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ରାଜସ ମମନା ସାହିରେ ଜଣେ ଅସାମାଜିକ ଯୁବକର ଉନ୍ମତ କାଣ୍ଡ ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି । ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ଯୁବକ ଜଣକ ବାଲୁଙ୍କେଶ୍ୱର ଏବଂ ପତିତପାବନ ମନ୍ଦିରରେ ପଶି ତାଣ୍ଡବ ରଚିଥିଲା । ହାତୁଡି ସାହାଯ୍ୟରେ ମନ୍ଦିର ପୂଜା ପାଉଥିବା ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଓ ପତିତପାବନ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥଙ୍କ ଦାରୁ ବିଗ୍ରହଙ୍କ ହାତକୁ ବାଡେଇ ବାଡେଇ ଭାଙ୍ଗିବା ପରେ ଆସ୍ଥାନରୁ ଫୋପାଡ଼ି ଦେଇଥିଲା । ଏହା ସହ ମନ୍ଦିର ପ୍ରାଙ୍ଗଣକୁ ଭଙ୍ଗାରୁଜା କରିଥିଲା । ପିତଳ ମୂର୍ତ୍ତି ସହ ହୁଣ୍ଡିରୁ ଦାନ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯେଉଁଥିପାଇଁ ୨ ଦିନ ହେଲା ଠାକୁର ଉପବାସ ପଡ଼ିବା ସହ ଅପୂଜା ବି ରହିଛନ୍ତି ।
ଆହୁରି ପଢନ୍ତୁ- Book Released: ପୁଷ୍ପଗିରିର ଶେଷ ପାଣ୍ଡୁଲିପି ପୁସ୍ତକ ଉନ୍ମୋଚିତ
ତେବେ ଘଟଣା ନେଇ ଗାଁରେ ବୈଠକ ହୋଇଥିଲେ ବି ଯୁବକ କିମ୍ବା ତାଙ୍କ ପରିବାର ଲୋକେ ବୈଠକକୁ ଆସି ନ ଥିଲେ । ତେଣୁ ସମସ୍ୟାର ସମାଧାନ ନହେବାରୁ ବାଧ୍ଯହୋଇ ଗାଁଲୋକେ ପୁଲିସର ଆଶ୍ରୟ ନେଇଛନ୍ତି । ଦେବଦେବୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ଚାରିଆଡ଼ୁ ନିନ୍ଦା କରାଯାଇଥିବା ବେଳେ କାଳିଆ ସାଆନ୍ତଙ୍କ ପ୍ରତି ଏଭଳି ବ୍ୟବହାର ପାଇଁ ଅଭିଯୁକ୍ତ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସାଧାରଣରେ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/24/jay-jaganth-2026-02-24-22-54-07.jpeg)