ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୋଫାନ ଓ ବର୍ଷା ହୋଇଥିଲା। ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏକାଧିକ ଦୋକାନ ଘର ମଧ୍ୟ ଭାଙ୍ଗିଯାଇଛି।
ସହରର ବିଭିନ୍ନ ଅଞ୍ଚଳରେ ଜୋରଦାର ପବନ ବହିବା ସହିତ ଗଛ, ବିଦ୍ୟୁତ ଖୁଣ୍ଟ ଓ କିଛି ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମି ଜଳାର୍ଣ୍ଣବ ସୃଷ୍ଟି ହୋଇଥିଲା, ଯାହା ଫଳରେ ଯାତାୟତ ବ୍ୟବସ୍ଥା ବିଘ୍ନିତ ହୋଇଥିଲା।
/filters:format(webp)/sambad/media/media_files/2026/02/24/whatsapp-image-2026-02-24-18-26-04.jpeg)
ଆହୁରି ପଢ଼ନ୍ତୁ: Paddy: ଅଦିନିଆ ବର୍ଷାରେ ଭିଜିଲା ୭ ହଜାର କୁଇଣ୍ଟାଲ ଧାନ
ଜନପଥରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ରସୁଲଗଡ଼, ପଳାଶୁଣୀ, ରାଜମହଲ ଓ କଟକରୋଡ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ବର୍ଷା ହେବାରୁ ସନ୍ଧ୍ୟା ସମୟରେ ଥଣ୍ଡା ପବନ ପ୍ରବାହିତ ହେଉଥିଲା। ପାଗର ଏହି ଅଚାନକ ପରିବର୍ତ୍ତନ ସହରବାସୀଙ୍କୁ ଥଣ୍ଡା ଅନୁଭୂତି ଆଣି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/24/untitled-24jpg-2026-02-24-18-31-50.jpeg)