ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମାମଲା, ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

କରୋନା ମହାମାରୀ ସମୟରେ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ଫଇସଲା

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

ବାରିପଦା : କରୋନା ମହାମାରୀ ସମୟରେ ମଧ୍ୟ ହେଉଛି ଦୁର୍ଘଟଣାଜନିତ କ୍ଷତିପୂରଣ ରାଶି ପ୍ରଦାନ ଫଇସଲା। ୨୦୧୬ ମସିହାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣା ମାମଲା (୧୬୦/୨୦୧୬ ଓ ୧୬୧/୨୦୧୬)ର ବିଚାର କରି ବାରିପଦା ଜିଲ୍ଲା ଜଜ୍‌ଙ୍କ ଟ୍ରିବ୍ୟୁନାଲ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟପ୍ରକାଶ କରିଛନ୍ତି । ଜିଲ୍ଲା ଜଜ୍ ମାମଲାରେ ଆବେଦନକାରୀଙ୍କ ସହ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏବଂ ଗାଡ଼ିର ସମସ୍ତ କାଗଜପତ୍ରକୁ ଯାଞ୍ଚ କରି ସଡ଼କ ଦୁର୍ଘଟଣାରେ ମୃତ ଅଶୋକ କୁମାର ସାହୁଙ୍କ ନିମନ୍ତେ ତାଙ୍କ ପରିବାରକୁ ୩୦ ଲକ୍ଷ ୭୩ ହଜାର ୨୮୨ ଟଙ୍କା ଏବଂ ମୃତ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ପାଇଁ ତାଙ୍କ ପରିବାରକୁ ୧୭ ଲକ୍ଷ ୬ ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ କଟକ ନ୍ୟାସନାଲ ଇନ୍‌ସୁରାନ୍ସ୍‌ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ମାସ ମଧ୍ୟରେ ବାର୍ଷିକ ୭ ପ୍ରତିଶତ ସୁଧ ସହିତ ଏହି ରାଶି ପଇଠ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ପ୍ରକାଶଥାଉକି, ୨୦୧୬ ଅଗଷ୍ଟ ୧୫ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ସାନକେରକୋ କାଠପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ଅଶୋକ କୁମାର ସାହୁ ଓଆର ୧୧ ଏଫ - ୮୧୦୭ ନମ୍ବର ବିଶିଷ୍ଟ ନିଜର ହିରୋ ହୋଣ୍ଡା ବାଇକରେ ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ବାରିପଦାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବାରିପଦା-ଉଦଳା ରାଜ୍ୟ ରାଜପଥର କରଞ୍ଜିଆ ନିକଟରେ ଓଆର ୧୧ ଏଚ- ୧୬୭୧ ନମ୍ବର ବିଶିଷ୍ଟ ଏକ ବୋଲେରୋ ପିକ୍‌-ଅପ୍ ଭ୍ୟାନ ବାଇକକୁ ଧକ୍କା ଦେବାରୁ ଦୁଇ ମୋଟରସାଇକେଲ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମୃତକ ଅଶୋକଙ୍କ ବଡ଼ଭାଇ ସୁକାନ୍ତ କୁମାର ସାହୁ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ କେ ନମ୍ବର ୯୪/୨୦୧୬ ଅନୁସାରେ ଏକ ମାମଲା ରୁଜୁ କରାଯିବା ସାଙ୍ଗକୁ ଗାଡ଼ିର ଚାଳକ ସାନକେରକୋ ଗ୍ରାମର ଯୋଗେଶ୍ୱର ମାଝୀଙ୍କ ପୁଅ ଦାସ ମାଝୀଙ୍କୁ ଗିରଫ କରିବା ସହ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା ଏହି ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe